ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ: ମୋ’ ସ୍ୱାମୀ ନାରୀ ବେଶରେ ପୁରୁଷଙ୍କ ସହିତ ରଖୁଛନ୍ତି ସେକ୍ସ ସମ୍ପର୍କ

ସୋର (ନିରଞ୍ଜନ ବେହେରା): ଇଏ ଆଉ ଜଣେ ବସନ୍ତ! ଯିଏ ପ୍ରତି ଦିନ ବଦଳାଉଥିଲେ ନିଜର ରୂପ। କେତେବେଳେ ପୁରୁଷ ବେଶରେ ଯୁବତୀଙ୍କ ସହ ସେକ୍ସ କରୁଥିଲେ ତ ଆଉ କେତେବେଳେ ଯୁବତୀ ବେଶରେ ପୁରୁଷଙ୍କ ସହିତ ସେକ୍ସ ସମ୍ପର୍କ କରୁଥିଲେ। ଏମିତି ଜଣେ ଦିନର ବସନ୍ତ ଓ ରାତିର ବାସନ୍ତୀ ହେଉଛନ୍ତି ଚିରଞ୍ଜୀବ (ଛଦ୍ମନାମ)। ନିଜକୁ ଇଞ୍ଜିନିୟର କହି ବାହା ହୋଇଥିଲେ। କିନ୍ତୁ କରୁଥିଲେ ଦେହ ବେପାର। ଚିରଞ୍ଜୀବଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଛନ୍ତି ଏପରି […]

Soro

Soro

Manoranjan Sial
  • Published: Thursday, 10 November 2022
  • Updated: 12 November 2022, 09:32 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ଇଏ ଆଉ ଜଣେ ବସନ୍ତ! ଯିଏ ପ୍ରତି ଦିନ ବଦଳାଉଥିଲେ ନିଜର ରୂପ। କେତେବେଳେ ପୁରୁଷ ବେଶରେ ଯୁବତୀଙ୍କ ସହ ସେକ୍ସ କରୁଥିଲେ ତ ଆଉ କେତେବେଳେ ଯୁବତୀ ବେଶରେ ପୁରୁଷଙ୍କ ସହିତ ସେକ୍ସ ସମ୍ପର୍କ କରୁଥିଲେ। ଏମିତି ଜଣେ ଦିନର ବସନ୍ତ ଓ ରାତିର ବାସନ୍ତୀ ହେଉଛନ୍ତି ଚିରଞ୍ଜୀବ (ଛଦ୍ମନାମ)। ନିଜକୁ ଇଞ୍ଜିନିୟର କହି ବାହା ହୋଇଥିଲେ। କିନ୍ତୁ କରୁଥିଲେ ଦେହ ବେପାର। ଚିରଞ୍ଜୀବଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଛନ୍ତି ଏପରି ସଙ୍ଗୀନ ଅଭିଯୋଗ। ଆଉ କହିଛନ୍ତି, ମୋ’ ସ୍ୱାମୀ ନାରୀ ବେଶରେ ପୁରୁଷଙ୍କ ସହିତ ରଖୁଛନ୍ତି ସେକ୍ସ ସମ୍ପର୍କ। ଆଉ କେତେବେଳେ ପୁରୁଷ ବେଶରେ ନାରୀଙ୍କ ସହିତ ସେକ୍ସ କରୁଛନ୍ତି।

ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ଚିରଞ୍ଜୀବ ଖିଲାର। ପେସାରେ ନିଜକୁ ଇଞ୍ଜିନିୟର ବୋଲି କହି ୨୦୧୯ ମାର୍ଚ୍ଚ ୮ ତାରିଖରେ ଖଇରା ଥାନା ଅଞ୍ଚଳର ସୀମା(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲେ। ବାହାଘର ପରେ ଚିରଞ୍ଜୀବ ଓ ସୀମା ସୁରତ ପଳାଇ ଯାଇଥିଲେ। ଚିରଞ୍ଜୀବ ରହୁଥିବା ଭଡ଼ା ଘରେ ମହିଳାଙ୍କ କଷ୍ଟ୍ୟୁମ୍‌ ଥିବା ଦେଖିବାକୁ ପାଇଥିଲେ ସୀମା। ଏହାକୁ ନେଇ ଚିରଞ୍ଜୀବଙ୍କୁ ସେ ନାନା ପ୍ରଶ୍ନ କରିଥିଲେ। କିନ୍ତୁ ଚିରଞ୍ଜୀବ ଥିଲା ଜଣେ ଚତୁର ବ୍ୟକ୍ତି। ବିଭିନ୍ନ ବାହାନା କରି ସୀମାଙ୍କୁ ବୁଝାଇ ଦେଇଥିଲେ। ବୁଝି ଯାଇଥିଲେ ମଧ୍ୟ ସୀମାଙ୍କ ମନ ଭିତରେ ସନ୍ଦେହ ହେଉଥିଲେ।

ସୁରତରେ ରହଣୀ ଭିତରେ ଚିରଞ୍ଜୀବ ବିଳମ୍ୱିତ ରାତି(ପ୍ରାୟ ୧ଟା ପରେ) ରୁମ୍‌କୁ ଫେରୁଥିଲେ। ଏତେ ରାତିରେ କି କାମ କରୁଛ ବୋଲି ସୀମା ପଚାରିଥିଲେ। ପ୍ରାଇଭେଟ୍‌ କମ୍ପାନୀରେ ଇଞ୍ଜିନିୟରିଂ ଚାକିରି କରିଛି, କାର୍‌ ଡେଲିଭରୀ କରିବା ବିଳମ୍ୱ ହେଉଥିବାରୁ ଟିକେ ଡିରିରେ ହେଉଛି ବୋଲି ଚିରଞ୍ଜୀବ କହିଥିଲେ। ଥରେ କି ଦୁଇ ଥର ନୁହେଁ, କ୍ରମାଗତ ଭାବେ ଚିରଞ୍ଜୀବ ବିଳମ୍ୱରେ ଫେରିବାରୁ ସୀମାଙ୍କ ମନରେ ସନ୍ଦେହ ହୋଇଥିଲା। ଚିରଞ୍ଜୀବଙ୍କ ଅଜାଣତରେ ତାଙ୍କ ମୋବାଇଲ ଓ ଲାପ୍‌ଟପ୍‌ ଯାଞ୍ଚ କରିଥିଲେ। ଆଉ ସେଥିରୁ ସେ ଯାହା ଦେଖିଲେ, ତାହା ଦେଖି ତାଙ୍କ ଅକଲ ଗୁଡ଼ୁମ କରିଦେଇଥିଲା।

ଚିରଞ୍ଜୀବଙ୍କୁ ସେ ଜଣେ ନାରୀ ରୂପରେ ଦେଖିଥିଲେ। କେତେବେଳେ ଶାଢ଼ୀ ଥିଲେ ତ ଆଉ କେତେବେଳେ ଯୁବତୀଙ୍କ ଡ୍ରେସ୍‌ ପିନ୍ଧିଥିବା ଦେଖିବାର ଫଟୋ ସୀମା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଚିରଞ୍ଜୀବଙ୍କୁ ପଚାରିଥିଲେ। ଚିରଞ୍ଜୀବ ନିଜ ଭୁଲ୍‌ ସ୍ୱୀକାର କରିଥିଲେ। ଆଉ କହିଥିଲେ, ମୋର ଭୁଲ୍‌ ହୋଇଛି। ମୁଁ ଭୁଲ୍‌ ବାଟକୁ ପଳାଇ ଯାଇଥିଲି। ସ୍ତ୍ରୀ ହିସାବରେ ମୋତେ କ୍ଷମା କରିଦେ। ପଇସା ପାଇଁ ଏମିତି କରୁଛି। ଆଉ କେବେ କରିବି ନାହିଁ ବୋଲି ଚିରଞ୍ଜୀବ କହିଥିବା ସୀମା କହିଛନ୍ତି।

କିଛି ଦିନର ନୀରବତା ପରେ ଚିରଞ୍ଜୀବ ପୁଣି ଥରେ ନିଜର ପୁରୁଣା ପ୍ରଫେସନ୍‌କୁ ଫେରିଗଲେ। ଏଥର ଧରା ପଡ଼ିବା ପରେ ଅର୍ଥ ଅଭାବର ବାହାନା  କରିଥିଲେ। ସୀମା ବିରୋଧ କରିବାରୁ ତାଙ୍କୁ ଚିରଞ୍ଜୀବ ମାଡ଼ ମାରିଥିଲେ। ଖାଇବାକୁ ଦେଲେ ନାହିଁ। ଲୁଗା ପିନ୍ଧିବାକୁ ଦେଲେ ନାହିଁ। ପାଖରେ ପଇସା ନାହିଁ, କେଉଁଠୁ ଆଣି ତୋତେ ଦେବି ବୋଲି ଚିରଞ୍ଜୀବ କହିଥିଲା। ଚିରଞ୍ଜୀବ ଆହୁରି ମଧ୍ୟ କହିଥିଲେ, ତୁ ଜାଣିଛୁ ମୁଁ ଇଞ୍ଜିନିୟର ନୁହେଁ। ମୋତେ ମିଳୁଥିବା ୧୨୦୦୦ ଟଙ୍କାରେ ଏଠି କେମିତି ଚଳିବା? ତେଣୁ ତୁ ଚାକିରି କର ବୋଲି ଚିରଞ୍ଜୀବ କହିଥିଲେ।

ସ୍ୱାମୀଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ସୀମା। କାରଣ ସୀମା ବି-କମ୍‌ ପାସ୍‌ କରିଥିଲେ। ତେଣୁ ସ୍ୱାମୀଙ୍କ କଥାରେ ନୂଆ ଚାକିରିରେ ଯୋଗଦେଲେ। କିନ୍ତୁ ସେ ଜାଣିନଥିଲେ ଚିରଞ୍ଜୀବଙ୍କର ଏହା ଗୋଟିଏ ଚାଲ୍‌ ଥିଲା। ସୀମା ଚାକିରିକୁ ଗଲା ପରେ ନିଜ ରୁମ୍‌ରେ ଦେହ ବେପାରର ପସରା ମଲାଉଥିଲା ଚିରଞ୍ଜୀବ। ସୀମାଙ୍କ ଡ୍ରେସ୍‌ ପିନ୍ଧି ନାରୀ ବେଶରେ ପୁରୁଷଙ୍କୁ ଡାକି କରୁଥିଲା ଦେହ ବେପାର। ଏକଥା କିନ୍ତୁ ଜାଣିପାରିଲେ ସୀମା।

ସୀମା ଘରକୁ ଫେରି ଦେଖନ୍ତି ତାଙ୍କ ଡ୍ରେସ୍‌ ଏଣେତେଣେ ପଡିଛି। ଏହାଛଡ଼ା ଶାରୀରିକ ସମ୍ପର୍କ ରଖିଲା ବେଳେ ବ୍ୟବହାର ହେଉଥିବା ସରଞ୍ଜାମ ମଧ୍ୟ ଘରେ ପଡ଼ିଥିବା ଦେଖି ଚିରଞ୍ଜୀବଙ୍କୁ ପଚାରିଥିଲେ। କିନ୍ତୁ ସେ ସୀମାଙ୍କ ସବୁ କଥାକୁ ବାଏଁବାଏଁ ଉଡାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଏପରି କରିବେ ନାହିଁ ବୋଲି କହିଥିଲେ। ଏହାରି ଭିତରେ ସୀମା ଗର୍ଭବତୀ ହୋଇଯାଇ ଥିଲେ। ଦେହ ଯନ୍ତ୍ରଣାକୁ ବଳି ଯାଇଥିଲା ସ୍ୱାମୀଙ୍କ ନାରୀରୂପ ଚିନ୍ତା। ଏଥିରେ ଅତିଷ୍ଠ ହୋଇ ସୀମା ଶାଶୁ ଘରକୁ ଫେରି ଆସିଥିଲେ। ଆଉ ଶାଶୁ ଘର ଲୋକଙ୍କୁ ସବୁ କଥା କହିଥିଲେ। ମାତ୍ର ସେମାନେ କିଛି ବୁଝିବା ପରିବର୍ତ୍ତେ ତାଙ୍କୁ ମାଡ଼ ମାରିଥିବା ସୀମା ଅଭିଯୋଗ କରିଛନ୍ତି।

ଶାଶୁ ଘରେ ନିର୍ଯାତନା ଅସହ୍ୟ ହେବାରୁ ସୀମା ବାପ ଘରକୁ ଚାଲି ଆସିଥିଲେ। ହେଲେ ଶାଶୁଘରକୁ ଫେରିନଥିଲେ। ଚିରଞ୍ଜୀବଙ୍କ ବାପା, ମାଆ ଓ ମାମୁ ବୁଝାସୁଝା କରିବା ପରେ ସୀମା ଶାଶୁ ଘରକୁ ଫେରିଥିଲେ। ହେଲେ ସ୍ୱାମୀ ଚିରଞ୍ଜୀବ ଭଲ ମଣିଷ ହୋଇପାରୁ ନାହାନ୍ତି। ଏବେ ମଧ୍ୟ ସେହି ସେକ୍ସ କାରବାରରେ ସମ୍ପୃକ୍ତ ରହୁଥିବା ଜାଣିପାରି ସୀମା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ହେଲେ ସୋର ଥାନା ପୁଲିସ୍‌ ମାମଲା ରୁଜୁ କରି ଚିରଞ୍ଜୀବଙ୍କୁ ଗିରଫ କରିଥିଲା। ହେଲେ କୋହଳ ଦଫା ଲଗାଇଥିବାରୁ ସେ ବେଲ୍‌ରୁ ବାହାରି ପୁଣି ସେହି କାରବାରରେ ଲିପ୍ତ ରହିଛି। ଏବେ ସେ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚିରଞ୍ଜୀବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କହିଛନ୍ତି। ଏସ୍‌ପିଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ ଏସ୍‌ପି ଦାବିପତ୍ର ଗ୍ରହଣ କରିଛନ୍ତି ଓ ଆଶ୍ୱାସନା ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos