ସ୍ୱାମୀ ଥାଉଁ ଥାଉଁ ମଥାରୁ ପୋଛିଥିଲେ ସିନ୍ଦୂର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନିରାଶାପୂର୍ଣ୍ଣ ଦାମ୍ପତ୍ୟ ଜୀବନ ଭିତରେ ବୋହୂ ବିଦ୍ୟାଭାରତୀ ପଣ୍ଡା ଭାଙ୍ଗିଥିଲେ ଶଙ୍ଖା। ମୁଣ୍ଡରୁ ପୋଛି ଦେଇଥିଲେ ସିନ୍ଦୂର। ଆଉ ଖୋଜାଖୋଜି ପରେ ବିଦ୍ୟାଭାରତୀ ଠାବ ହେଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଘରେ।” ଆଜି ଏପରି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାଆ ତୁଳସୀ ମହାପାତ୍ର। ଅର୍ଥାତ ପୁଅ-ବୋହୂଙ୍କ ମଧ୍ୟରେ ନଥିଲା ପତି-ପତ୍ନୀଙ୍କ ଭଳି ସମ୍ପର୍କ। ବିବାହର ବର୍ଷେ ଯାଏଁ କୌଣସି ଶାରୀରିକ ସମ୍ପର୍କ ନରଖିବାକୁ ଚୁକ୍ତି ହୋଇଥିବା ସେ ଅଭିଯୋଗ […]

Bidya-Bharati-Panda

Manoranjan Sial
  • Published: Monday, 19 July 2021
  • , Updated: 20 July 2021, 01:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନିରାଶାପୂର୍ଣ୍ଣ ଦାମ୍ପତ୍ୟ ଜୀବନ ଭିତରେ ବୋହୂ ବିଦ୍ୟାଭାରତୀ ପଣ୍ଡା ଭାଙ୍ଗିଥିଲେ ଶଙ୍ଖା। ମୁଣ୍ଡରୁ ପୋଛି ଦେଇଥିଲେ ସିନ୍ଦୂର। ଆଉ ଖୋଜାଖୋଜି ପରେ ବିଦ୍ୟାଭାରତୀ ଠାବ ହେଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଘରେ।” ଆଜି ଏପରି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ମାଆ ତୁଳସୀ ମହାପାତ୍ର। ଅର୍ଥାତ ପୁଅ-ବୋହୂଙ୍କ ମଧ୍ୟରେ ନଥିଲା ପତି-ପତ୍ନୀଙ୍କ ଭଳି ସମ୍ପର୍କ। ବିବାହର ବର୍ଷେ ଯାଏଁ କୌଣସି ଶାରୀରିକ ସମ୍ପର୍କ ନରଖିବାକୁ ଚୁକ୍ତି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ତୁଳସୀ ମହାପାତ୍ରଙ୍କ ଆଣିଥିବା ଚାଞ୍ଚଲ୍ୟକର ବୟାନ୍‌ ଯଦି ସତ ହୋଇଥାଏ, ତା’ହେଲେ ସୌମ୍ୟଙ୍କ ମୃତ୍ୟୁ ପଛର ସତ କଣ? ବୈବାହିକ ସୁଖରୁ ବଞ୍ଚିତ ହୋଇ ସୌମ୍ୟ ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କଲେ ନା ହତ୍ୟା ପାଇଁ ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କ ଏହା ଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର? ଆଜିକୁ ସପ୍ତାହେ ଥିଲା ମାମଲାର ଜଟିଳତା ଭିତରେ ଛନ୍ଦି ହୋଇଥିବା ପୁଲିସ ମଧ୍ୟ ଜାଣିପାରୁନି ମୃତ୍ୟୁ ପଛର ରହସ୍ୟ କଣ। ଏହି ବୁଢ଼ିଆଣୀ ଜାଲରୁ ମୁକୁଳିବା ପାଇଁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନରେ ପହଞ୍ଚିଥିଲେ। ପରେ ପୁଲିସ ଟିମ୍‌ ସୌମ୍ୟଙ୍କ ଘରକୁ ଯାଇଥିଲେ। ସେମାନେ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ।

ଅଧିକ ପଢ଼ନ୍ତୁ: ମମତା ପଣ୍ଡା କିଏ। ତାଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କର କଣ ସମ୍ପର୍କ ରହିଛି

ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ଟିମ୍‌ ମୟୂରଭଞ୍ଜ ଜିଲ୍ଲା ଉଦଳାକୁ ଯାଇଥିଲେ। ସେଠାରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ତାଙ୍କ ଘରେ ଅଢ଼େଇ ଘଣ୍ଟା ଜେରା କରିଥିଲେ। ଆସନ୍ତାକାଲି ପୁଣି ଥରେ ବିଦ୍ୟାଭାରତୀଙ୍କ ଘରକୁ ଯିବ ପୁଲିସ। କାଲି ବିଦ୍ୟାଭାରତୀଙ୍କ ବାପା ଓ ମାଆଙ୍କୁ ପଚରାଉଚରା କରିବାର ଅଛି ବୋଲି ଜଣାପଡ଼ିଛି।

ଅଡୁଆ ଖିଅରେ ଛନ୍ଦି ହୋଇଥିବା ଏହି ମାମଲାରେ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ଓ ରୋଷେୟା ମନ୍ମଥ କୁମ୍ଭ ବିରୋଧରେ ପୁଲିସ ହତ୍ୟା ଏବଂ ଅପରାଧୀକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲଗାଇଛି। ହେଲେ ଆଜି ପର୍ଯ୍ୟନ୍ତ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେପଟେ ଘଟଣା ପରଦିନ ନିଜକୁ ନିର୍ଦ୍ଦୋଷ ବୋଲି ବୟାନ ଦେବା ପରଠୁ ଆଉ ଡିଏଫ୍ଓଙ୍କ ଦେଖା ମିଳୁନି। ଏସିଏଫ୍‌ ପ୍ରଶାସନ ଗୌରୀପ୍ରସାଦ ରଥ, ଡିଏଫ୍ଓ ଅଫିସ ଆସୁନଥିବା ସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ପୁଅକୁ ଷଡ଼ଯନ୍ତ୍ର କରି ମାରିଦିଆଯାଇଥିବା ଦର୍ଶାଇ ଏକାଧିକ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ନିଆଁରେ ପୋଡ଼ିଯିବା ପରେ ସଙ୍କଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ କାହିଁକି ସେଦିନ ରାତିରେ ଦୀର୍ଘ ସମୟ ଧରି ଜଣେ ମହିଳା ଥାନା ଅଧିକାରୀ ଓ ଡିଏଫ୍ଓ ଅଟକାଇ ରଖିଥିଲେ? ସୌମ୍ୟଙ୍କ ଡାଏରୀରେ  ଜୁଲାଇ ୧୨ରୁ ୧୫ ତାରିଖକୁ କାଳରାତି ବୋଲି ଲେଖିବା ପଛର ରହସ୍ୟ କଣ ? ଏଭଳି ପ୍ରଶ୍ନ ଉଠାଇ ସୌମ୍ୟଙ୍କ ବାପା ଆଜି ଡିଜିପି ଅଭୟ, ପିସିସିଏଫ୍‌ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେବା ସହ ସମସ୍ତଙ୍କ ଲାଇଟିକ୍ସେନ କରାଯାଉ ବୋଲି ଦାବି କରିଛନ୍ତି।

ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story