Advertisment

ପାନେ ଦେଲେ ମହିଳା; ପ୍ୟାଣ୍ଟ, ଟୋପି, ବାଇକ୍‌ ଛାଡ଼ି ଧାଇଁଲେ ଗ୍ରାମରକ୍ଷୀ

ସୋର(ନିରଞ୍ଜନ ବେହେରା): ପାନେ ଦେଲେ ମହିଳା। … ଖଟରେ ଶୋଇବାକୁ କହି କଟୁରୀରେ ଆକ୍ରମଣ କଲେ। ପ୍ୟାଣ୍ଟ, ଟୋପି ଓ ବାଇକ୍‌ ଛାଡ଼ି ଧାଇଁଲେ ଗ୍ରାମରକ୍ଷୀ। ଆଜି ଏମିତି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସିପ୍ରା(ଛଦ୍ମନାମ) ଆଜି ଘରେ ଏକାକୀ ଥିଲେ। ଠିକ୍‌ ଏହି ସମୟରେ ଘରକୁ ଆସିଥିଲେ ଖଇରା ଥାନାର […]

author-image
Manoranjan Sial
ଅଦ୍ୟତନ ହୋଇଛି
ଶାଢ଼ୀ ପିନ୍ଧିଲେ ରେଷ୍ଟୁରାଣ୍ଟ ମନା!

woman wareing saree

ସୋର(ନିରଞ୍ଜନ ବେହେରା): ପାନେ ଦେଲେ ମହିଳା। ... ଖଟରେ ଶୋଇବାକୁ କହି କଟୁରୀରେ ଆକ୍ରମଣ କଲେ। ପ୍ୟାଣ୍ଟ, ଟୋପି ଓ ବାଇକ୍‌ ଛାଡ଼ି ଧାଇଁଲେ ଗ୍ରାମରକ୍ଷୀ। ଆଜି ଏମିତି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସ୍ୱାମୀଙ୍କ ମୃତ୍ୟୁ ପରେ ସିପ୍ରା(ଛଦ୍ମନାମ) ଆଜି ଘରେ ଏକାକୀ ଥିଲେ। ଠିକ୍‌ ଏହି ସମୟରେ ଘରକୁ ଆସିଥିଲେ ଖଇରା ଥାନାର ଗ୍ରାମରକ୍ଷୀ ପୂର୍ଣ୍ଣଚନ୍ଦ୍ର ଦାସ। ବାହାନା କରି ବିଧବା ଭତ୍ତା ଫର୍ମ ଦେଖିବା ପାଇଁ ମାଗିଥିଲେ। ଏହା ପରେ ସିପ୍ରା ଭତ୍ତା ଫର୍ମ ଆଣିବାକୁ ଘର ଭିତରକୁ ଯାଉଥିଲେ। ଠିକ୍‌ ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ପଛ ପାର୍ଶ୍ୱରୁ କୁଣ୍ଢାଇ ପକାଇଥିଲେ। ଆଉ କହିଲେ, ଆଜି ମୁଁ ତୋତେ ଖାଇକି ଯିବି। ତା’ପରେ ଘରର କବାଟ ଦେଇଦେଲେ। ସିପ୍ରା ପ୍ରତିବାଦ କରିଥିଲେ ମଧ୍ୟ ସେ ଶୁଣିନଥିଲେ। ତାଙ୍କୁ ଜମାରୁ ଛାଡ଼ିନଥିଲେ।

କିଛି ଉପାୟ ନପାଇ ତାଙ୍କ କଥାରେ ରାଜି ହୋଇଯାଇଥିଲେ ସିପ୍ରା। ଆଉ କହିଥିଲେ, ତୁମେ ଖଟରେ ଶୁଅ। ମୁଁ ଲୁଗା ଚେଞ୍ଜ କରି ଆସୁଛି। ଏହା ପରେ ପୂର୍ଣ୍ଣଚନ୍ଦ୍ର ସାର୍ଟ ପ୍ୟାଣ୍ଟ ଖୋଲି ଖଟରେ ଶୋଇଥିଲେ। ଲୁଗା ଚେଞ୍ଜ କରିବା ବାହାନାରେ ସିପ୍ରା କଟୁରୀ ଆଣି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜୀବନ ବିକଳରେ ପୂର୍ଣ୍ଣଚନ୍ଦ୍ର ସାର୍ଟ, ପ୍ୟାଣ୍ଟ, ଟୋପି, ବାଇକ୍‌ ଛାଡ଼ି କବାଟ ଖୋଲି ବିଲେ ବିଲେ ଘରକୁ ପଳାଇ ଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।  ପୂର୍ଣ୍ଣଚନ୍ଦ୍ର ଦାସ ଏବେ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Advertisment

ମହିଳା ଜଣକ ଏନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।