Advertisment

ସେରୋ ସର୍ଭେ ଟିମ୍‌କୁ ଦେଖି ଜଙ୍ଗଲକୁ ଧାଇଁଲେ ଗାଁ ଲୋକେ

ରାୟଗଡ଼ା (ମନୋଜ ପାତ୍ର): ସେରୋ ସର୍ଭେରେ ଭାଗ ନେଲେ ନାହିଁ ଗାଁ ଲୋକେ। ମେଡିକାଲ୍‌ ଟିମ୍‌କୁ  ଦେଖି ଜଙ୍ଗଲକୁ ଧାଇଁ ପଳାଇଲେ ଗାଁ ଲୋକେ। ତେଣୁ ସର୍ଭେ ପାଇଁ ଯାଇଥିବା ମେଡିକାଲ୍‌ ଖାଲି ହାତରେ ଫେରିଛି। ଆଜି ଏପରି ଚିତ୍ର ରାୟଗଡ଼ା ଜିଲ୍ଲାରୁ ଆସିଛି। କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି, ସେ ସମ୍ପର୍କରେ ଜାଣିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ। ସେଥିପାଇଁ ଆର୍‌ଏମ୍‌ଆର୍‌ ଟିମ୍‌ ଆଜି ସକାଳ ପ୍ରାୟ ୮ଟା […]

ଅଦ୍ୟତନ ହୋଇଛି
ସେରୋ ସର୍ଭେ ଟିମ୍‌କୁ ଦେଖି ଜଙ୍ଗଲକୁ ଧାଇଁଲେ ଗାଁ ଲୋକେ

RAYAGADA

Advertisment

ରାୟଗଡ଼ା (ମନୋଜ ପାତ୍ର): ସେରୋ ସର୍ଭେରେ ଭାଗ ନେଲେ ନାହିଁ ଗାଁ ଲୋକେ। ମେଡିକାଲ୍‌ ଟିମ୍‌କୁ  ଦେଖି ଜଙ୍ଗଲକୁ ଧାଇଁ ପଳାଇଲେ ଗାଁ ଲୋକେ। ତେଣୁ ସର୍ଭେ ପାଇଁ ଯାଇଥିବା ମେଡିକାଲ୍‌ ଖାଲି ହାତରେ ଫେରିଛି। ଆଜି ଏପରି ଚିତ୍ର ରାୟଗଡ଼ା ଜିଲ୍ଲାରୁ ଆସିଛି।

Advertisment

କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି, ସେ ସମ୍ପର୍କରେ ଜାଣିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ। ସେଥିପାଇଁ ଆର୍‌ଏମ୍‌ଆର୍‌ ଟିମ୍‌ ଆଜି ସକାଳ ପ୍ରାୟ ୮ଟା ବେଳେ ରାୟଗଡ଼ା ଜିଲ୍ଲା ଜୁରୁଡ଼ି ଗାଁରେ ପହଞ୍ଚିଥିଲେ। ହେଲେ ସାମ୍ପଲ ଦେବା ପାଇଁ ଆସିଲେ ନାହିଁ ଗାଁ ଲୋକ। ମେଡିକାଲ୍‌ କର୍ମଚାରୀଙ୍କୁ ଦେଖି ଲୋକମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ଆଶା କର୍ମୀ, ଅଙ୍ଗନବାଡ଼ି ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଗାଁ ଲୋକଙ୍କୁ ବୁଝାଇଥିଲେ ମଧ୍ୟ କେହି ଶୁଣିନଥିଲେ।

ଗାଁ ଲୋକଙ୍କ ମନରେ ଥିବା ଦୂର କରିବା ପାଇଁ ଆଶା କର୍ମୀ, ଅଙ୍ଗନବାଡ଼ି ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସର୍ଭେରେ ଭାଗ ସାମ୍ପଲ ଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଗାଁ ଲୋକେ ଆସିନଥିଲେ। ଉକ୍ତ ଗାଁରେ ମାତ୍ର ୨ ଜଣ ଯୁବକ ସାମ୍ପଲ୍‌ ଦେଇଥିବା ଜଣାପଡ଼ିଛି। ଆଉ କେହି ଆସିନଥିଲେ। ଯେଉଁଥିପାଇଁ ଆର୍‌ଏମ୍‌ଆର୍‌ସିର ଟିମ୍‌ ଖାଲି ହାତରେ ଫେରିଥିବା ଜଣାପଡ଼ିଛି।

Advertisment

[caption id="attachment_651711" align="aligncenter" width="650"]Villagers scared of survey team ସେରୋ ସର୍ଭେରେ ଭାଗ ନେଇ ଗାଁରୁ ପଳାଉଛନ୍ତି ଜଣେ ବୃଦ୍ଧ[/caption]

ରାୟଗଡା ଜିଲ୍ଲାରେ ୧୧ଟି ବ୍ଲକରେ ୧୦ କ୍ଲଷ୍ଟରରେ ସେରୋ ସର୍ଭେ ହେଉଛି। ପ୍ରତି କ୍ଲଷ୍ଟରରୁ ୪୦ଟି ଲେଖାଏଁ ସେମ୍ପଲ ସଂଗ୍ରହ କରାଯାଉଛି। ଆଇସିଏମ୍‌ଆର ପକ୍ଷରୁ ଭାରତର ମୋଟ୍‌ ୭୦ଟି ଜିଲ୍ଲାରେ ଏହି ସେରୋ ସର୍ଭେ ଚାଲିଥିବା ବେଳେ ଓଡ଼ିଶାର ରାୟଗଡା ସମେତ କୋରାପୁଟ ଓ ଗଞ୍ଜାମ ଜିଲ୍ଲରେ ସର୍ଭେ କରାଯାଉଛି। ପୂର୍ବରୁ ହୋଇଥିବା ୩ ଟି ପର୍ଯ୍ୟାୟ ସର୍ଭେରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସମେତ ବିଭିନ୍ନ ବର୍ଗର ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରା ଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ଛୋଟ ପିଲାଙ୍କୁ ସାମିଲ କରାଯାଇଛି।

ମେଡିକାଲ୍‌ କର୍ମଚାରୀଙ୍କ କହିବା ଅନୁସାରେ, ସୋଶାଲ୍‌ ମିଡିଆରେ ବହୁ ମିଥ୍ୟା ଖବର ଘୂରି ବୁଲୁଛି। ଯାହାକୁ ପଢ଼ି ଗାଁ ଲୋକେ ଭୟଭୀତ ହେଉଛନ୍ତି। ଯେଉଁଥିପାଇଁ ସେରୋ ସର୍ଭେରେ ଭାଗ ନେଉନାହାନ୍ତି।

Covid Management
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe