Advertisment

କରୋନା ମୁକାବିଲା: ଜୁଲାଇ ୧ରୁ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ତେଣୁ କରୋନା ମୁକାବିଲା ପାଇଁ ଜୁଲାଇ ୧ରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଭୁବନେଶ୍ୱର ସହର, ଗଞ୍ଜାମ, ଗଜପତି ଜିଲ୍ଲା ଓ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ହେବ। ତେବେ ପୁରୀରେ ଗତ ଶନିବାରଠାରୁ ଏହି ସର୍ଭେ ଆରମ୍ଭ ହୋଇ ଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ […]

author-image
Jyoshna Pradhan
କରୋନା ମୁକାବିଲା: ଜୁଲାଇ ୧ରୁ ସେରୋଲୋଜିକାଲ ସର୍ଭେ

PK-MOHAPATRA

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ତେଣୁ କରୋନା ମୁକାବିଲା ପାଇଁ ଜୁଲାଇ ୧ରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଭୁବନେଶ୍ୱର ସହର, ଗଞ୍ଜାମ, ଗଜପତି ଜିଲ୍ଲା ଓ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ହେବ। ତେବେ ପୁରୀରେ ଗତ ଶନିବାରଠାରୁ ଏହି ସର୍ଭେ ଆରମ୍ଭ ହୋଇ ଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ କରାଯାଇଛି । ଏହାସହ ପୌର, ପରିବହନ, ପୁଲିସ୍ କର୍ମଚାରୀଙ୍କର ମଧ୍ୟ ସେରୋଲଜିକାଲ ସର୍ଭେ ହେବ । କମ୍ୟୁନିଟିରୁ ମଧ୍ୟ ଲୋକଙ୍କୁ ବାଛି ସେରୋଲଜିକାଲ ସର୍ଭେ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୧ଟି ହେଉଛି ଲୋକାଲ କେସ୍ ରହିଛି। ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଥିବା ବେଳେ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୮୬ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।

Advertisment