Advertisment

ସମ୍ବଲପୁରରେ ସବୁଠୁ ଅଧିକ ତାତି, ଆଉ କେଉଁ ସ୍ଥାନରେ ୪୦ ଡେଇଁଲା ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ବଢ଼ି ଚାଲିଛି ଖରା। ଆଜି ରାଜ୍ୟର ୭ଟି ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି। ସମ୍ବଲପୁରରେ ସବୁଠୁ ଅଧିକ ଖରା ହୋଇଛି। ଏଠାରେ ଆଜି ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସମ୍ବଲପୁର ପଛକୁ ରହିଛି ବୌଦ୍ଧ। ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪ ଓ ହୀରାକୁଦରେ ୪୦.୪ ଡିଗ୍ରୀ […]

ଅଦ୍ୟତନ ହୋଇଛି
ସମ୍ବଲପୁରରେ ସବୁଠୁ ଅଧିକ ତାତି, ଆଉ କେଉଁ ସ୍ଥାନରେ ୪୦ ଡେଇଁଲା ଜାଣନ୍ତୁ

HeatWave

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ବଢ଼ି ଚାଲିଛି ଖରା। ଆଜି ରାଜ୍ୟର ୭ଟି ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ବା ତା’ଠୁ ଅଧିକ ରେକର୍ଡ କରାଯାଇଛି। ସମ୍ବଲପୁରରେ ସବୁଠୁ ଅଧିକ ଖରା ହୋଇଛି। ଏଠାରେ ଆଜି ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Advertisment

ସମ୍ବଲପୁର ପଛକୁ ରହିଛି ବୌଦ୍ଧ। ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୪୦.୪, ଝାରସୁଗୁଡ଼ାରେ ୪୦.୪ ଓ ହୀରାକୁଦରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ବାରିପଦା ଓ ତାଳଚେରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରହିଥିଲା।

କଟକରେ ତାପମାତ୍ର ୩୭.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ବାଲେଶ୍ୱରରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୬.୫, ପାରାଦୀପରେ ୩୨.୬, ଗୋପାଳପୁରରେ ୩୦.୬, ପୁରୀରେ ୩୩.୨, ଅନୁଗୋଳରେ ୩୯.୧, କେନ୍ଦୁଝରଗଡ଼ରେ ୩୭, ଭବାନୀପାଟଣାରେ ୩୯.୫, କୋରାପୁଟରେ ୩୫.୬, ଫୁଲବାଣୀରେ ୩୮.୪, ଟିଟିଲାଗଡ଼ରେ ୩୯.୮, ମାଲକାନଗିରିରେ ୩୮.୫, ସୋନପୁରରେ ୩୯.୮, ଦାରିଙ୍ଗବାଡ଼ିରେ ୩୫.୫, ନୟାଗଡ଼ରେ ୩୮, ପାରଳାଖେମୁଣ୍ଡିରେ ୩୬.୫ ଓ ଯାଜପୁରରେ ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆଗାମୀ ୨୪ ଘଣ୍ଟାରେ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ୍ ୨୮ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।

Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe