Advertisment

ଦୁଇ କାର୍ ମୁହାଁମୁହିଁ ଧକ୍କା: ୭ ଆହତ, ଅତିରିକ୍ତ ଜିଲ୍ଲାପାଳଙ୍କ ଗୋଡ଼ ଭାଙ୍ଗିଲା

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୁଇଟି କାର୍ ମଧ୍ୟରେ ହୋଇଛି ମୁଁହାମୁହିଁ ଧକ୍କା। ଏଥିରେ ମୋଟ ୭ ଜଣ ଆହତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ଶଙ୍କର ନାୟକ ମଧ୍ୟ ଅଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗମାଟିଆ ଛକରେ ଆଜି ଏହି ଦୁର୍ଘଟଣା ଘଟିଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଆଉ ଏକ […]

ଅଦ୍ୟତନ ହୋଇଛି
ଦୁଇ କାର୍ ମୁହାଁମୁହିଁ ଧକ୍କା: ୭ ଆହତ, ଅତିରିକ୍ତ ଜିଲ୍ଲାପାଳଙ୍କ ଗୋଡ଼ ଭାଙ୍ଗିଲା

Accident

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୁଇଟି କାର୍ ମଧ୍ୟରେ ହୋଇଛି ମୁଁହାମୁହିଁ ଧକ୍କା। ଏଥିରେ ମୋଟ ୭ ଜଣ ଆହତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ଶଙ୍କର ନାୟକ ମଧ୍ୟ ଅଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି।

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗମାଟିଆ ଛକରେ ଆଜି ଏହି ଦୁର୍ଘଟଣା ଘଟିଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଆଉ ଏକ କାର୍‌ ସହିତ ତାଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ତାଙ୍କ କାର୍‌ରେ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେହିପରି ଅନ୍ୟ କାର୍‌ରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Advertisment

ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe