ବର୍ଷକ ଭିତରେ ଆମ ବସ୍ ନେଇଛି ୭ ଜଣଙ୍କ ଜୀବନ। ଏକ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବର୍ଷକ ମଧ୍ୟରେ ‘ଆମ ବସ୍’ ଦୁର୍ଘଟଣାରେ ଭୁବନେଶ୍ୱରରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ଜଣଙ୍କର ମୃତ୍ୟୁ ହୋଇଛି।
ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱରରେ ସର୍ବାଧିକ ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ଗୁରୁତର ଆହତ ହୋଇଛନ୍ତି।
୨୦୨୫ରେ ୨୮ ହଜାର ୭୦୦ ଥର ଗ୍ରାଉଣ୍ଡ ଷ୍ଟାଫ୍ ପକ୍ଷରୁ ସର୍ପରାଇଜ୍ ଯାଞ୍ଚ କରାଯାଇଛି। ତାହା ସହ ସ୍ପିଡ୍ ଲିମିଟ୍କୁ ମଧ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୪ ନଭେମ୍ବର ମାସରୁ ଇଲେକ୍ଟ୍ରିକ ବସଗୁଡ଼ିକର ବେଗ ଘଣ୍ଟା ପ୍ରତି ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସହର ଭିତରେ ଡିଜେଲ ଚାଳିତ ବସ୍ଗୁଡ଼ିକର ବେଗ ଘଣ୍ଟାପ୍ରତି ୪୦ ଓ ରାଜପଥରେ ଚାଲୁଥିବା ଡିଜେଲ ଆମ ବସ୍ ଗୁଡ଼ିକର ବେଗ ଘଣ୍ଟା ପ୍ରତି ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/24/bus-2026-02-24-18-46-57.jpg)