ପୂରିଛି ସାତ ବର୍ଷ, ଲିଭିଛି ଅନେକ ସିନ୍ଦୂର

ଶବର ପାହାଡ଼ ଉପରୁ ସ୍ବାମୀଙ୍କୁ ଖୋଜୁଥିଲା ସ୍ତ୍ରୀ ଆଉ ଭେଣ୍ଡିଆ ପୁଅକୁ ଖୋଜିଥିଲା ମାଆ। ସେଦିନର କଥା ମନେପଡ଼ିଲେ ଲୋମ ଟାଙ୍କୁରି ପଡୁଛି ଆଉ ଦେହ ଶୀତେଇ ଯାଉଛି। ଜୁଇର ନିଆଁରେ ଜଳିପୋଡ଼ି ପାଉଁଶ ହେଉଥାଆନ୍ତି ଆତ୍ମୀୟ ସ୍ବଜନ, ଏପଟେ ମୁଣ୍ଡ ପିଟି କାନ୍ଦୁଥାଆନ୍ତି ପରିବାର ଲୋକେ।

Manoj Swain
  • Published: Monday, 17 April 2023
  • Updated: 17 April 2023, 06:04 PM IST

Sports

Latest News

ଶବର ପାହାଡ଼ ଉପରୁ ସ୍ବାମୀଙ୍କୁ ଖୋଜୁଥିଲା ସ୍ତ୍ରୀ ଆଉ ଭେଣ୍ଡିଆ ପୁଅକୁ ଖୋଜିଥିଲା ମାଆ। ସେଦିନର କଥା ମନେପଡ଼ିଲେ ଲୋମ ଟାଙ୍କୁରି ପଡୁଛି ଆଉ ଦେହ ଶୀତେଇ ଯାଉଛି। ଜୁଇର ନିଆଁରେ ଜଳିପୋଡ଼ି ପାଉଁଶ ହେଉଥାଆନ୍ତି ଆତ୍ମୀୟ ସ୍ବଜନ, ଏପଟେ ମୁଣ୍ଡ ପିଟି କାନ୍ଦୁଥାଆନ୍ତି ପରିବାର ଲୋକେ। ଭେଣ୍ଡିଆ ପୁଅକୁ ହରାଇ ଧର୍ଯ୍ୟହରା ହୋଇପଡିଥିଲେ ତ ଆଉ କିଏ ରୋଜଗାରିଆ ସ୍ବାମୀଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଥିଲେ। ସବୁ ଯେମିତି ନିୟତିର ନିର୍ଦ୍ଦେଶ ଅନୁସାରେ ଚାଲୁଥାଏ। ଆଖିରୁ ଲୁହ ଶୁଖିଗଲାଣି ସତ କିନ୍ତୁ କାନ୍ଥରେ ଝୁଲୁଥିବା ଏହି ଫଟୋ ଦେଖିଲେ, ସେଦିନର ଘଟଣା ଆଖି ସାମ୍ନାରେ ଜଳ ଜଳ କରି ଦିଶୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos