ଶବର ପାହାଡ଼ ଉପରୁ ସ୍ବାମୀଙ୍କୁ ଖୋଜୁଥିଲା ସ୍ତ୍ରୀ ଆଉ ଭେଣ୍ଡିଆ ପୁଅକୁ ଖୋଜିଥିଲା ମାଆ। ସେଦିନର କଥା ମନେପଡ଼ିଲେ ଲୋମ ଟାଙ୍କୁରି ପଡୁଛି ଆଉ ଦେହ ଶୀତେଇ ଯାଉଛି। ଜୁଇର ନିଆଁରେ ଜଳିପୋଡ଼ି ପାଉଁଶ ହେଉଥାଆନ୍ତି ଆତ୍ମୀୟ ସ୍ବଜନ, ଏପଟେ ମୁଣ୍ଡ ପିଟି କାନ୍ଦୁଥାଆନ୍ତି ପରିବାର ଲୋକେ। ଭେଣ୍ଡିଆ ପୁଅକୁ ହରାଇ ଧର୍ଯ୍ୟହରା ହୋଇପଡିଥିଲେ ତ ଆଉ କିଏ ରୋଜଗାରିଆ ସ୍ବାମୀଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଥିଲେ। ସବୁ ଯେମିତି ନିୟତିର ନିର୍ଦ୍ଦେଶ ଅନୁସାରେ ଚାଲୁଥାଏ। ଆଖିରୁ ଲୁହ ଶୁଖିଗଲାଣି ସତ କିନ୍ତୁ କାନ୍ଥରେ ଝୁଲୁଥିବା ଏହି ଫଟୋ ଦେଖିଲେ, ସେଦିନର ଘଟଣା ଆଖି ସାମ୍ନାରେ ଜଳ ଜଳ କରି ଦିଶୁଛି।