ଭଡ଼ା ଘରେ ଚାଲିଥିଲା ଦେହ ବେପାର, ପହଞ୍ଚିଗଲା ପୁଲିସ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ। ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୁଲିସ୍‌ ଉକ୍ତ ଘରୁ ୨ ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି।   କୁମୁଟିଗୁଡାସ୍ଥିତ  ଏକ ଭଡ଼ା […]

sex-racket

sex-racket

Niharika Rout
  • Published: Thursday, 08 December 2022
  • Updated: 08 December 2022, 09:37 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ। ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୁଲିସ୍‌ ଉକ୍ତ ଘରୁ ୨ ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା କୁମୁଟିଗୁଡାରେ ଦେଖିବାକୁ ମିଳିଛି। 

 କୁମୁଟିଗୁଡାସ୍ଥିତ  ଏକ ଭଡ଼ା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା। ଏଠାକୁ ସବୁବେଳେ ଭିନ୍ନ ଭିନ୍ନ ଲୋକେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏନେଇ ଖବର ପାଇ ଗତକାଲି ରାତିରେ ପୁଲିସ୍‌ ଟିମ୍‌ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ ଜଣ ଯୁବକ ଓ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ୨ ଯୁବକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି 

[caption id="attachment_787668" align="aligncenter" width="650"]pic ପୁଲିସ୍‌ ଯୁବତୀଙ୍କୁ ଉଦ୍ଧାର କରି ନେଉଛି।[/caption]

ତେବେ ଗିରଫ ହୋଇଥିବା ଜଣ ଯୁବକ ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ବୋଲି ଜଣା ପଡ଼ିଛି ତେବେ ଉଦ୍ଧାର ଦୁଇ  ଯୁବତୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡା ଅନ୍ୟ ଜଣେ ମାଲକାନଗିରିର ବୋଲି ଜଣାପଡ଼ିଛି ଚଢାଉ ସମୟରେ ମୋବାଇଲ, କିଛି ଟଙ୍କା ଆପତ୍ତି ଜନକ ସାମଗ୍ରୀ  ଜବତ କରାଯାଇଛି ଏପରି ଚଢ଼ାଉ ଆଗକୁ ଜାରିରହିବା ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories