Advertisment

ଆଶ୍ରୟ ଗୃହରେ ଯୌନଶୋଷଣ ଘଟଣା ଏକ ଜାତୀୟ ଲଜ୍ଜା: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ବେଲଟିକିରି ଶିଶୁ ଆଶ୍ରୟ ଗୃହରେ ହୃଦୟ ବିଦାରକ ଯୌନ ଶୋଷଣ ଘଟଣା ଏକ ଜାତୀୟ ଲଜ୍ଜା ଓ ଏହା ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିଲା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ବେଲଟିକିରି ଆଶ୍ରୟ ଗୃହରେ ଯୌନଶୋଷଣ ସମଗ୍ର ଓଡିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ସରକାରଙ୍କ ବିନା ପ୍ରୋତ୍ସାହନରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଢେଙ୍କାନାଳ […]

ଆଶ୍ରୟ ଗୃହରେ ଯୌନଶୋଷଣ ଘଟଣା ଏକ ଜାତୀୟ ଲଜ୍ଜା: କଂଗ୍ରେସ

c

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ବେଲଟିକିରି ଶିଶୁ ଆଶ୍ରୟ ଗୃହରେ ହୃଦୟ ବିଦାରକ ଯୌନ ଶୋଷଣ ଘଟଣା ଏକ ଜାତୀୟ ଲଜ୍ଜା ଓ ଏହା ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିଲା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ବେଲଟିକିରି ଆଶ୍ରୟ ଗୃହରେ ଯୌନଶୋଷଣ ସମଗ୍ର ଓଡିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ସରକାରଙ୍କ ବିନା ପ୍ରୋତ୍ସାହନରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଢେଙ୍କାନାଳ ସମେତ ରାଜ୍ୟର ୨୬ଟି ସ୍ଥାନରେ ଶିଶୁ ଆଶ୍ରୟ ଗୃହ କିପରି ଚଲାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୧ ମସିହାରେ ଉକ୍ତ ସଂସ୍ଥା ଏଭଳି ଏକ ଆଶ୍ରୟ ଗୃହ ଚଳାଇଥିଲା ଏବଂ ଏହାକୁ ୨୦୧୫ ରେ ପ୍ରଶାସନ ବେଆଇନ୍ ଘୋଷଣା କରିବା ସହିତ ସେଠାରେ ଥିବା ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଥିଲା। ମାତ୍ର ନିଜେ ବେଆଇନ୍ ଘୋଷଣା କରିଥିବା ଆଶ୍ରୟ ଗୃହକୁ କାହା ପ୍ରରୋଚନାରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ବଳରେ ପୁନର୍ବାର ନାମ ପରିବର୍ତନ କଲେ ଓ ତାକୁ ଶିକ୍ଷା କେନ୍ଦ୍ର ଭାବରେ ଅନୁମତି ପ୍ରଦାନ କଲେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଶ୍ରୀମତୀ ସାହୁ କହିଛନ୍ତି, ସରକାରୀ ଦଳର ବିନା ପ୍ରୋତ୍ସାହନ ଏବଂ ପ୍ରଶାସନର ବିନା ପୃଷ୍ଠପୋଷକତାରେ ଏଭଳି ବେଆଇନ୍ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିବା ଅସମ୍ଭବ। ବିଭାଗୀୟ ମନ୍ତ୍ରୀ କେବଳ କିଶୋର ନ୍ୟାୟ ଆଇନ୍ ଅଧୀନରେ ପଞ୍ଜିକୃତ ଶିଶୁ ଆଶ୍ରୟଗୃହ ଉପରେ ନିଜର ବକ୍ତବ୍ୟ ରଖି ନିରବ ରହିଥିବାରୁ କଂଗ୍ରେସ ତାଙ୍କର ଇସ୍ତଫା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ ସୁପାରିସ କରାଯିବା ନିମନ୍ତେ ଦାବି କରିଛି।

Advertisment

ଜିଲ୍ଲା ସଦରମହକୁମା ନିକଟରେ ଥିବା ଏହି ଆଶ୍ରୟ ଗୃହରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଖୋଦ୍ ଜିଲ୍ଲାପାଳ ଏବଂ ପୁଲିସ କିମ୍ବା ଏସପି ଜାଣି ନପାରିବା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି। ଏହାସହିତ ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟାକୁ ବିରୋଧ କରିଥିବା ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସ ଜୁଲୁମ୍ ଢେଙ୍କାନାଳ ଜିଲ୍ଲାର ରୁଗଣ୍ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସୋନାଲି ସାହୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe