Advertisment

ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧି କହିଲେ ଶାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଭୁବନେଶ୍ୱରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଆୟୋଜିତ ବିଶାଳ ଜନସଭାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରିଛନ୍ତି। ସେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧି ବୋଲି କହି ପ୍ରଶଂସା କରିଛନ୍ତି। ଏହା ବର୍ତ୍ତମାନ ସୋଶାଲ ମିଡିଆ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରତାପଙ୍କୁ ପୁଣି ଚର୍ଚ୍ଚାର ପ୍ରସଙ୍ଗ କରିଛି। https://www.facebook.com/amitshahofficial/videos/476025533305332/ ଶାହ ମଞ୍ଚରେ ଉପସ୍ଥିତ ପ୍ରମୁଖ ବିଜେପି ନେତାଙ୍କ ପରିଚୟ […]

ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧି କହିଲେ ଶାହ

pratap-sarangi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ଭୁବନେଶ୍ୱରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଆୟୋଜିତ ବିଶାଳ ଜନସଭାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରିଛନ୍ତି। ସେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧି ବୋଲି କହି ପ୍ରଶଂସା କରିଛନ୍ତି। ଏହା ବର୍ତ୍ତମାନ ସୋଶାଲ ମିଡିଆ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରତାପଙ୍କୁ ପୁଣି ଚର୍ଚ୍ଚାର ପ୍ରସଙ୍ଗ କରିଛି।
/>ଶାହ ମଞ୍ଚରେ ଉପସ୍ଥିତ ପ୍ରମୁଖ ବିଜେପି ନେତାଙ୍କ ପରିଚୟ ଦେବା ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କ ବାବଦରେ କହିଥିଲେ, “ମନ୍ତ୍ରୀ ପରିଷଦରେ ମୋ ସାଥି ତଥା ଓଡ଼ିଶାର ଗାନ୍ଧି ଭାବେ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀ।” ଶାହଙ୍କ ଏପରି ସମ୍ବୋଧନ ପରେ ପ୍ରତାପଙ୍କ ସାଂସଦ ସାଥିମାନେ ତାଳି ମାରୁଥିବା ଦେଖିବାକୁ ମିଳିଥିଲା।

Advertisment

ପୂର୍ବରୁ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଅଜସ୍ର ପ୍ରଶଂସା କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ଓଡ଼ିଶା ଗସ୍ତରେ ପ୍ରତାପଙ୍କୁ ‘ହମାରା ପୁରାନା ଔର ସୁଦୃଢ଼ ସୈନିକ ହୈ’ ବୋଲି କହିଥିଲେ। ଭୁବନେଶ୍ୱରରେ ୨୦୧୭ ମସିହାରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଆସୁଥିବା ବେଳେ ବିମାନବନ୍ଦରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖି ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ସେଠାରେ ଉପସ୍ଥିତ ସମସ୍ତ ରାଜନେତାଙ୍କୁ ଚକିତ କରିଥିଲା। ରାଜ୍ୟର ବଡ଼ ବଡ଼ ନେତା ସେଠାରେ ଉପସ୍ଥିତ ଥିବା ବେଳେ ପ୍ରତାପଙ୍କ ସହିତ ମୋଦିଙ୍କ ଆଲୋଚନା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା ଓ ତାହା ସେତେବେଳେ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହା ପରେ ୨୦୧୯ ମସିହାର ସାଧାରଣ ନିର୍ବାଚନରେ ସମସ୍ତଙ୍କୁ ଚମକାଇ ଦେଲାଭଳି ସଫଳତା ପାଇଥିଲେ। ଦୁଇ ଦୁଇ ଜଣ କୋଟିପତି ପ୍ରାର୍ଥୀଙ୍କୁ ହରାଇବା ଏବଂ ତାଙ୍କ ସରଳ ଜୀବନଶୈଳୀ ସୋଶାଲ ମିଡିଆ ଜରିଆରେ ସାମ୍ନାକୁ ଆସିବା ଫଳରେ ସେ ଚର୍ଚ୍ଚିତ ହୋଇଥିଲେ। ଶେଷରେ ସେ ମୋଦି ସରକାର ୨.୦ରେ ରାଷ୍ଟ୍ରମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ। ତାଙ୍କୁ ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି।

Advertisment

ନିଜର ଓଜ୍ଜସ୍ୱୀ ଭାଷଣ ପାଇଁ ପ୍ରସିଦ୍ଧ ପ୍ରତାପ ଷଡ଼ଙ୍ଗୀ ନୂଆ ସରକାରରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ସେ ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇଂରାଜୀ ଏବଂ ବଙ୍ଗଳା ଆଦି ଭାଷାରେ ଭାଷଣ ଦେଇ ବେଶ ପ୍ରଶଂସା ସାଉଁଟିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe