Advertisment

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଶଙ୍କର ମହାଦେବନ ଓ ଆଶା ତାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଶନିବାର ଅପରାହ୍ନ ୫.୩୦ରେ ସମସ୍ତ ଓଡ଼ିଆ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସାମୂହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ତେବେ ଏହି ଅବସରରେ ଓଡ଼ିଶା ପାଇଁ ଆଉ ଏକ ଖୁସିର କଥା ହେଉଛି, ବଲିଉଡର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶଙ୍କର ମହାଦେବନ ମଧ୍ୟ  ଓଡ଼ିଶାର ଏହି ସଙ୍ଗୀତକୁ ସୁନ୍ଦର ଭାବେ ଗାଇଛନ୍ତି। ଦୁହେଁ ଟ୍ୱିଟ୍ କରି […]

ଅଦ୍ୟତନ ହୋଇଛି
‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଶଙ୍କର ମହାଦେବନ ଓ ଆଶା ତାଇ

aasa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଶନିବାର ଅପରାହ୍ନ ୫.୩୦ରେ ସମସ୍ତ ଓଡ଼ିଆ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସାମୂହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ତେବେ ଏହି ଅବସରରେ ଓଡ଼ିଶା ପାଇଁ ଆଉ ଏକ ଖୁସିର କଥା ହେଉଛି, ବଲିଉଡର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶଙ୍କର ମହାଦେବନ ମଧ୍ୟ  ଓଡ଼ିଶାର ଏହି ସଙ୍ଗୀତକୁ ସୁନ୍ଦର ଭାବେ ଗାଇଛନ୍ତି। ଦୁହେଁ ଟ୍ୱିଟ୍ କରି ଏହି ଗୀତର ଭିଡିଓକୁ ଶେଆର କରିଛନ୍ତି।

Advertisment

https://twitter.com/ashabhosle/status/1266687789279502337?s=20

ଆଶା ଗତକାଲି ଅପରାହ୍ନ ୫.୩୦ର କିଛି ସମୟ ପୂର୍ବରୁ ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଥିଲେ- ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉତ୍କଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ। ଦିନରାତି କରୋନା ସହିତ ଲଢ଼େଇ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗିକୃତ ହୋଇଥିବା ଏହି ସଂଗୀତକୁ ଆସନ୍ତୁ ସମସ୍ତ ଓଡ଼ିଆଙ୍କ ସହିତ ମିଶି ଅପରାହ୍ନ ୫.୩୦ରେ ଗାଇବା।

https://twitter.com/ashabhosle/status/1266699936369831936?s=20

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ସେ ଏହାର ଫୁଲ୍ ଭିଡିଓ ଶେଆର୍ କରି ଲେଖିଥିଲେ, ଯଦିଓ ଏହା ଓଡ଼ିଆ ଭାଷାରେ ହୋଇଛି, କିନ୍ତୁ ସାରା ଭାରତର ଅନ୍ତରଆତ୍ମା ଏଥିରେ ଯୋଡ଼ି ହୋଇ ରହିଛି। ସେ ଯେଉଁ ଭାଷାରେ ବି ହେଉ ଆମେ ଆମର କୋଭିଡ୍‌ ଯୋଦ୍ଧାଙ୍କୁ ସମର୍ଥନ କରୁଛୁ।

Advertisment

ଶଙ୍କର ମହାଦେବନ ମଧ୍ୟ ଆଶା ତାଇ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌କୁ ରି-ଟ୍ୱିଟ୍ କରିବା ସହିତ ସେ ନିଜେ ବି ଉକ୍ତ ଭିଡିଓକୁ ଟ୍ୱିଟ୍‌ କରିଥିଲେ।

https://twitter.com/Shankar_Live/status/1266686952310476800?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe