Advertisment

ବିଜୁଳି ଚୋରି ସମ୍ପର୍କରେ ଖବର ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷତିରେ ଚାଲୁଥିବା ସେସୁର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଖାସ୍‌ ସେଥିପାଇଁ ପ୍ରସ୍ତୁତ ହୋଇଛି ନୂଆ ଆକ୍‌ସନ୍‌ ପ୍ଲାନ୍‌। ବିଜୁଳି ଚୋରି ସମ୍ପର୍କରେ ଖବର ଦେଲେ ଖବରଦାତାଙ୍କୁ ପୁରସ୍କୃତ କରାଯିବ। ସେ ବାବଦରେ ଆଦାୟ ଜରିମାନାର ୧୦ ପ୍ରତିଶତ ପୁରସ୍କାର ସ୍ୱରୂପ ଖବରଦାତାଙ୍କୁ ଦିଆଯିବ। ଏପରିକି ସୋଶିଆଲ୍‌ ମିଡିଆ ମାଧ୍ୟମରେ ହେଉଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। ବିଜୁଳି ବିଲ୍‌ ଆଦାୟଠାରୁ ଆରମ୍ଭ ମିଟର ରିଡିଂ ନେବା ଯାଏଁ ଏଣିକି ମହିଳା […]

author-image
Manoranjan Sial
ଅଦ୍ୟତନ ହୋଇଛି
ବିଜୁଳି ଚୋରି ସମ୍ପର୍କରେ ଖବର ଦେଲେ ମିଳିବ ପୁରସ୍କାର

cesu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷତିରେ ଚାଲୁଥିବା ସେସୁର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଖାସ୍‌ ସେଥିପାଇଁ ପ୍ରସ୍ତୁତ ହୋଇଛି ନୂଆ ଆକ୍‌ସନ୍‌ ପ୍ଲାନ୍‌। ବିଜୁଳି ଚୋରି ସମ୍ପର୍କରେ ଖବର ଦେଲେ ଖବରଦାତାଙ୍କୁ ପୁରସ୍କୃତ କରାଯିବ। ସେ ବାବଦରେ ଆଦାୟ ଜରିମାନାର ୧୦ ପ୍ରତିଶତ ପୁରସ୍କାର ସ୍ୱରୂପ ଖବରଦାତାଙ୍କୁ ଦିଆଯିବ। ଏପରିକି ସୋଶିଆଲ୍‌ ମିଡିଆ ମାଧ୍ୟମରେ ହେଉଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। ବିଜୁଳି ବିଲ୍‌ ଆଦାୟଠାରୁ ଆରମ୍ଭ ମିଟର ରିଡିଂ ନେବା ଯାଏଁ ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବ। ଆକ୍‌ସନ ପ୍ଲାନ ଅନୁସାରେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ବିଜୁଳି ଚୋରି ରୋକିବା ପାଇଁ ସେସୁ ପକ୍ଷରୁ ଜୋରଦାର ଚଢ଼ଉ କରାଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା କରିଛନ୍ତି।

Advertisment

publive-imageସେସୁର ଟ୍ରାନ୍ସମିସନ ଓ ବାଣିଜ୍ୟିକ କ୍ଷତି ୩୦ ପ୍ରତିଶତ ଥିବା ବେଳେ ସେଥିରୁ କେବଳ ବିଜୁଳି ଚୋରି ଜନିତ କ୍ଷତି ୨୦ ପ୍ରତିଶତ ହେଉଛି। ଏହାକୁ ରୋକିବା ଲାଗି ଏପରି ଯୋଜନା ପ୍ରସ୍ତୁତି ହୋଇଛି।

ଉପଭୋକ୍ତା ମହାସଂଘର ସୂଚନା ଅନୁଯାୟୀ ସେସୁର ମୋଟ୍ ୨୬ ଲକ୍ଷ ୪୬ ହଜାର ଗ୍ରାହକଙ୍କ ମଧ୍ୟରୁ ୧ ଲକ୍ଷ ୯୬ ହଜାର ଜଣଙ୍କ ମିଟର ଭୁଲ୍‌ ରହିଛି। ୧ ଲକ୍ଷ ୯୯ ହଜାର ଗ୍ରାହକଙ୍କ ମିଟର ନାହିଁ। ଯେଉଁମାନେ ବିନା ମିଟରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ସେମାନଙ୍କୁଠାରୁ କିଭଳି ସଠିକ ଦେୟ ଆଦାୟ ହେବ ଓ ୫୦ ହଜାର ଟଙ୍କାରୁ ଅଧିକ ବିଲ୍‌ ବାକି ପକାଇଥିବା ଗ୍ରାହକଙ୍କଠାରୁ କିଭଳି ବକେୟା ଆଦାୟ କରାଯିବ ସେ ନେଇ ପ୍ରଶ୍ନ ଉଠାଇଛି ମହାସଂଘ। ତେବେ ଯେତେ ନୂଆ ଯୋଜନା କରାଗଲେ ମଧ୍ୟ ସେସୁ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରା ନଯିବା ଯାଏଁ ଏହା ସଫଳ ହେବନାହିଁ ବୋଲି ମହାସଂଘ ସଭାପତି ସନ୍ତୋଷ ଶତପଥୀ କହିଛନ୍ତି।
https://twitter.com/arunbothra/status/1167683937201602560?s=20

Advertisment