Advertisment

ପାକିସ୍ତାନରେ ବ୍ୟବହାର ହେଉଥିଲା ଓଡ଼ିଶାର ସିମ୍

STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ। ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ। ଆଉ ତା’ ବଦଳରେ ବିପୁଳ ଟଙ୍କା ରୋଜଗାର କରୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Sim Card

Sim Card

ସିମ୍‌ ଓଡ଼ିଶାର, କିନ୍ତୁ କାମ କରୁଥିଲା ପାକିସ୍ତାନରେ। ସିମ୍‌ ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିଲା। ଆଉ ବ୍ୟବହାର କରୁଥିଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ। ଏମିତି ଜଘନ୍ୟ ଦେଶ ବିରୋଧୀ କାମ କରି ବନ୍ଧା ହୋଇଛନ୍ତି ୩ ଓଡ଼ିଆ। ସିମ୍ କାର୍ଡ ମାଧ୍ୟମରେ ଏକାଧିକ OTP ଜେନେରେଟ୍ କରି ବିଭିନ୍ନ ଅପରାଧିକ ଓ ଅସମାଜିକ ସଂସ୍ଥାକୁ ବିକ୍ରି କରୁଥିଲେ। ଏହି ଘଟଣାରେ STF ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ୩ ଜଣଙ୍କ ଭିତରେ ଦୁଇଜଣ ନୟାଗଡ଼ରୁ ଥିବା ବେଳେ ଜଣେ ଯାଜପୁରର। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି।

Advertisment

STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ। ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ। ଆଉ ତା’ ବଦଳରେ ବିପୁଳ ଟଙ୍କା ରୋଜଗାର କରୁଥିଲେ। ଏହି ଓଟିପି ବ୍ୟବହାର କରି ଅପରାଧିକ ସଂସ୍ଥାଗୁଡିକ ହ୍ୱାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଚଲାଇବା ସହିତ ଅନଲାଇନ୍ ସପିଂ ମଧ୍ୟ କରୁଥିଲେ। ଖାଲି ସେତିକି ନୁହେଁ, ଦେଶ ବିରୋଧୀ ଷଡ଼ଯନ୍ତ୍ର ସାଙ୍ଗକୁ ହନିଟ୍ରାପ୍, ସେକ୍ସଟୋରେସନ ଭଳି କାମ ପାଇଁ ମଧ୍ୟ ଉସକାଉଥିଲେ। ଗିରଫ ଅଭିଯୁକ୍ତଙ୍କ ଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ କାର୍ଡ, ୬୧ ଏଟିଏମ କାର୍ଡ଼ ଏବଂ ୨୩ଟି ସିମ କଭର ସହ ଲାପଟପ ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସ୍‌ଟିଏଫ୍‌ ଆଇଜି ଜୟ ନାରାୟଣ ପଙ୍କଜ।

ଆଶ୍ଚର୍ଯ୍ୟର କଥା ହେଲା ଫେକ୍‌ ସିମ୍‌ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଟେଲିକମ୍ ଡିପାର୍ଟମେଣ୍ଟ୍ ନିକଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି 'ଅସ୍ତ୍ର' ବ୍ୟବହାର କରି ସାରା ଦେଶରୁ ମୋଟ୍ ୩୦ ଲକ୍ଷ ସିମ୍ ରଦ୍ଦ କରିଥିଲା। ତା’ ଭିତରେ ଓଡିଶାରୁ ପ୍ରାୟ ୫୨ ହଜାର ସିମ୍ ରଦ୍ଦ ହୋଇଥିବା ବେଳେ ୨୪୧୭ ସିମ୍‌ ବିକ୍ରେତାଙ୍କୁ ବ୍ଲାକ୍ ଲିଷ୍ଟେଡ୍ ମଧ୍ୟ କରାଯାଥିଲା। ତା’ ସତ୍ତ୍ୱେ ମଧ୍ୟ ଅତି ସହଜରେ ଏମାନେ କେମିତି ପଠାଉଥିଲେ ଓଟିପି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
STF Crime Story