Advertisment

ଏସ୍‌ଏଚ୍‌ଜି ଋଣ ଟଙ୍କା ବାଟବଣା, ଗୁମର ଖୋଲିଲା ଷ୍ଟାଣ୍ଡିଂ କମିଟି ରିପୋର୍ଟ

ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟିର ରିପୋର୍ଟରୁ ଖୋଲିଛି ମିଶନ୍ ଶକ୍ତି ଋଣ ବ୍ୟବସ୍ଥାର ଏମିତି କିଛି ଗୁମର।

ଅଦ୍ୟତନ ହୋଇଛି
Misson shakti

Misson shakti

Advertisment

କିଏ ଧାନ ଚାଷ ପାଇଁ ନେଇଥିବା ଋଣକୁ ଝିଅ ବାହାଘରରେ ଲଗେଇ ଦେଇଛନ୍ତି, ତ କେଉଁଠି ବିବାଦରୁ ବୁଡ଼ି ଗଲାଣି ଛତୁ ଚାଷ ଲାଗି ଦିଆଯାଇଥିବା ଲୋନ୍। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ଋଣର ଇଏ ହେଉଛି ବାସ୍ତବ ସ୍ଥିତି। ଏକଥା ଆମେ କହୁନୁ। ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟିର ରିପୋର୍ଟରୁ ଖୋଲିଛି ମିଶନ୍ ଶକ୍ତି ଋଣ ବ୍ୟବସ୍ଥାର ଏମିତି କିଛି ଗୁମର। ଯାହାକୁ ନେଇ ଦୁର୍ନୀତିର ଗନ୍ଧବାରି ବର୍ଷିଛନ୍ତି ବିରୋଧୀ।

Advertisment

ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଥିବା ଖୋଦ୍ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ସତ। ଏସ୍‌ଏଚ୍‌ଜି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର କାହିଁରେ କେତେ ଯୋଜନା କରିଛନ୍ତି। ଏବେ ୧୫ଟି ବିଭାଗରେ କାମ ଦିଆଯାଉଥିଲା ବେଳେ ଆଗକୁ ସବୁ ବିଭାଗକୁ ଏଥିରେ ସାମିଲ ଲାଗି ଯୋଜନା ହୋଇଛି। ଏପରିକି ଏବେକାର ବ୍ୟବସ୍ଥା ଅନୁଯାୟୀ ବିନା ସୁଧରେ ଗ୍ରୁପକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି।

ଏଥିସହ ଏସ୍‌ଏଚ୍‌ଜିମାନଙ୍କୁ ୧୦ ହଜାର କୋଟି ଟଙ୍କା ଋଣ ଯୋଗାଇ ଦେବାକୁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତର ବ୍ୟବସ୍ଥା ବି ହୋଇଛି। ହେଲେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାୟୀ, ଏସ୍‌ଏଚ୍‌ଜିମାନେ ଲୋନ୍ ନେଲେ ବି ସୁଝୁ ନାହାନ୍ତି। ଯେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ସେହି ଉଦ୍ଦେଶ୍ୟରେ ବିନିଯୋଗ ହେଉନାହିଁ। ତେଣୁ ସେମାନଙ୍କୁ ଟ୍ରେନିଂ ଦେବା ସହ ସେମାନଙ୍କ ଉତ୍ପାଦ ବିକ୍ରି ପାଇଁ ମାର୍କେଟିଂ ସିଷ୍ଟମକୁ ସୁଦୃଢ଼ କରିବାକୁ ସୁପାରିଶ କରାଯାଇଛି। ଯାହାକୁ ନେଇ ପୂରା ବ୍ୟବସ୍ଥାରେ ଦୁର୍ନୀତିର ଗନ୍ଧ ବାରି ବର୍ଷିଛନ୍ତି ବିରୋଧୀ।

Advertisment

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସରକାରୀ କର୍ମଚାରୀ ସ୍ତରରେ ଥିବା ଦୁର୍ନୀତି ଏବେ ତଳସ୍ତରରେ ଏବଂ ଏସ୍‌ଏଚ୍‌ଜି ସ୍ତରରେ ବିଜେଡି ପହଞ୍ଚାଇଛି। ଏହାର ରିପୋର୍ଟ ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ଦେଇଛି।

ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଏସ୍‌ଏଚ୍‌ଜି ଜରିଆରେ ମହିଳାଙ୍କ ବିକାଶ ହେଉଛି। ଏ ବାବଦରେ ଓଡ଼ିଶାକୁ ଜାତୀୟ ଆନ୍ତର୍ଜାତିକସ୍ତରରେ ବହୁ ପୁରସ୍କାର ମିଳୁଛି।

ସେପଟେ ଗ୍ରଉଣ୍ଡରେ ବାସ୍ତବ ସ୍ଥିତି ମଧ୍ୟ ଠିକ୍ ସେହିଭଳି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପି ସ୍ଥିତି ଜାଣିବା ଭଳି ମୟୂରଭଂଜ ଜିଲ୍ଲା ଉଦଳା ଏନ୍ ଏସିର ଲକ୍ଷ୍ଣୀ ନାରାୟଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କଥା ରିପୋର୍ଟ ସତ୍ୟାସତ୍ୟକୁ ବଖାଣିଛି। ଏହି ଗୋଷ୍ଠୀ ଛତୁ ଚାଷ ପାଇଁ ୧ ଲକ୍ଷ ଟଙ୍କାର ଋଣ ନେଇଥିଲେ। ହେଲେ ଟଙ୍କା ସୁଝିବା କଥା ଦୂରେ ଥାଉ ନିଜ ନିଜ ଭିତରେ ବିବାଦରୁ ଛତୁ ଚାଷ ବି ହୋଇ ପାରିଲାନି। ବାଲେଶ୍ୱର ଜିଲ୍ଲା ନୂଆସାହି ମଦନ ମୋହନ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଚାଷ ପାଇଁ ନେଇଥିବା ଋଣକୁ ଜଣେ ସଦସ୍ୟା ତାଙ୍କ ଭାଗ ଋଣକୁ ଝିଅ ବାହାଘରରେ ଖର୍ଚ୍ଚ କରି ଦେଇଥିବା କହିଛନ୍ତି।

ବିଜେଡି ସରକାରର ସବୁଠୁ ବଡ଼ ଟ୍ରମ୍ପ୍ କାର୍ଡ ହେଉଛି ସ୍ୱୟଂ ସହୟିକ ମହିଳା। ଭୋଟ ବ୍ୟାଙ୍କ ଭାବେ ସେମାନଙ୍କୁ ବିଜେଡି ବ୍ୟବହାର କରୁଥିବାର ଅଭିଯୋଗ ବି ବହୁ ପୁରୁଣା। ହେଲେ ସେମାନଙ୍କୁ ସଶକ୍ତିକରଣ ନାଁରେ ଦିଆଯାଉଥିବା ଲୋନର ବିନିଯୋଗ କିଭଳି ହେଉଛି ତାର ତଦାରଖ ନହେବାକୁ ନେଇ ନାନା ପ୍ରଶ୍ନ ଉଠିଛି। ଯାହାକୁ ବିଧାନସଭାରେ ଉଠାଇବାକୁ ସଜବାଜ ହେଉଛନ୍ତି ବିରୋଧୀ।

Shg Women Shg Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe