Advertisment

ମାଆମାନଙ୍କୁ ସ୍କୁଟି, ଲାପ୍‌ଟପ୍‌ ଅଫର ଦେଇ ଭାଣ୍ଡିଆ ହେଲେ ସରକାର!

ମହିଳାଙ୍କ ଏପରି କ୍ଷୋଭ ପରେ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଆଉ ଦେଇଛନ୍ତି ଲୋଭନୀୟ ଅଫିର। ମହିଳାଙ୍କୁ ଲାପ୍‌ଟପ ଓ ସ୍କୁଟି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସରକାର।

author-image
Manoranjan Sial
SHG

SHG

ମିଶନ୍‌ ଶକ୍ତି ମହିଳାଙ୍କୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି ବିଜେଡି! ନିର୍ବାଚନ ବେଳେ ଭୋଟ୍‌ ହାତେଇବା ପାଇଁ ବିଜେଡି ମିଶନ୍‌ ଶକ୍ତି ମହିଳାଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା। ବିଜେପି ଓ କଂଗ୍ରେସ ଏପରି ଅଭିଯୋଗ କରୁଥିବା ବେଳେ ବିଜେଡି କିନ୍ତୁ ଖଣ୍ଡନ କରି ଆସୁଥିଲା। ମାଆମାନଙ୍କୁ ନିଜର ବଳ ବୋଲି ବର୍ଣ୍ଣନା କରୁଥିଲା ବିଜେଡି। ହେଲେ ସେମାନେ ଏବେ ଦେଇଛନ୍ତି ଶକ୍ତ ଝଟ୍‌କା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମିଶନ୍‌ ଶକ୍ତି ମହିଳାମାନେ ରାଜଧାନୀ ଭୁବନେଶ୍ୱରରେ ଦେଖାଇଛନ୍ତି ଦମ୍‌। ଆଉ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ସୋମବାର ଲୋୟର ପିଏମ୍‌ଜିରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି।

Advertisment

“ନିର୍ବାଚନ ବେଳେ ସରକାର କାମରେ ଲଗାଉଛନ୍ତି। ହେଲେ ପରେ ଭୁଲି ଯାଉଛନ୍ତି” ବୋଲି କହି ମହିଳାମାନେ ବର୍ଷିଛନ୍ତି। ମହିଳାଙ୍କ ଏପରି କ୍ଷୋଭ ପରେ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଆଉ ଦେଇଛନ୍ତି ଲୋଭନୀୟ ଅଫିର। ମହିଳାଙ୍କୁ ଲାପ୍‌ଟପ ଓ ସ୍କୁଟି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସରକାର। ତେବେ ସରକାରଙ୍କ ଏପରି ଅତର୍କିତ ଅଫର ପରେ ଅସନ୍ତୋଷ କମିବା ବଦଳରେ ତୀବ୍ର ହୋଇଛି। କାହିଁକି ନା ମାଗଣାରେ ନୁହେଁ, ବରଂ ବ୍ୟାଙ୍କରୁ ଋଣ ନେଇ କିଣିବାକୁ ହେବ ସ୍କୁଟି ଓ ଲାପଟପ୍। ଯେହେତୁ ଋଣ ସୁଝିବାକୁ ହେବ, ତେଣୁ ଚିନ୍ତାରେ ସ୍ୱୟଂ ସହାୟକ ଗୋଷ୍ଠୀର ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷକ ମିତ୍ର, ପ୍ରାଣ ମିତ୍ର। ଗୋଟିଏ ପଟେ ଦରମା ବଢାଇବା ପାଇଁ ଦାବି କରି ଆସିଥିବା ଏସଏଚଜି କର୍ମୀ ପରେ ଋଣ ଜାଲରେ ଛନ୍ଦି ହୋଇଯିବା କଥା ଶୁଣି ଚିନ୍ତାରରେ ପଡ଼ିବା ଭଳି ମନେ କଲେଣି। ତେଣେ ଆନ୍ଦୋଳନ ବେଳେ ସ୍କୁଟି ଓ ଲାପ୍‌ଟପ୍‌ ପ୍ରତିଶ୍ରୁତି ଦେଇଥିବା ବିଜେଡି ନେତା ସୁବାସ ସିଂ କହିଲେଣି ମାଗଣା ସ୍କୁଟି ଦିଆଯିବା କଥା ଏବେ ବିଚାରଧୀନ ରହିଛି।

ଜିପିଏଲଏଫ୍‌ ମିଶନ ଶକ୍ତି କର୍ମୀ କହିଛନ୍ତି-“ଆମ ଦରମା ବଢ଼ାନ୍ତୁ। ଦରମା ବଢ଼ିଲେ, ସେଥିରୁ ଟଙ୍କା କାଟି ସ୍କୁଟି କରିପାରିବୁ।”

Advertisment

ଆଉ ଜଣେ ମହିଳା କହିଛନ୍ତି, “ସ୍କୁଟିରେ ତେଲ ପକାଇବାକୁ ପଇସା ନାହିଁ। ପିଲାଙ୍କୁ ପୋଷି ପାରିବୁ ନାହୁଁ। ସ୍କୁଟିରୁ କ’ଣ ମିଳିବ? କେବଳ ଘରେ ରହିବ।”

ବିଜେଡିର ମିଶନ ଶକ୍ତି ଭୋଟବ୍ୟାଙ୍କକୁ କାଉଣ୍ଟର ଲାଗି ଅଣ୍ଟା ଭିଡିଛି ବିଜେପି। ଓଡ଼ିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି। ତେଣୁ ତା’ର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍‌ର ଲଲିପପ୍‌ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ କରାଯାଉନି ତ? ଯାହାକୁ ନେଇ ଏବେ ତେଜିଛି ରାଜନୀତି।

Shg Women Shg Politics Odisha Shg