Advertisment

କରୋନା ମୁକାବିଲା ନେଇ ଚର୍ଚ୍ଚାରେ ସମିତି ସଭ୍ୟ ଶିବ ନାହାକ

ଆସିକା(ମନୋଜ ମୁନି):  ସଫେଇ, ସାନିଟାଇଜେସନ୍‌ ଏବଂ ସଚେତନତା। ସୁବଥିରେ ଆଗଭର ହୋଇ ବେଶ ପ୍ରଶଂସା ସାଉଁଟୁଛନ୍ତି ଆସିକା ବ୍ଲକ୍‌ ବରଗାଁର ସମିତି ସଭ୍ୟ ଶିବ ନାହାକ। ତାଙ୍କ ପତ୍ନୀ ତ୍ରିବେଣୀ ନାହାକଙ୍କ ସହଯୋଗରେ ତାଙ୍କ କାମ ପାଇଁ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳରେ ଏବେ ଚର୍ଚ୍ଚା ହେଉଛି। ବୟସରେ କମ୍‌ ହୋଇଥିଲେ ମଧ୍ୟ ପୂର୍ବରୁ ସରପଞ୍ଚ ଏବଂ ଏବେ ସମିତି ସଭ୍ୟ ଦାୟିତ୍ୱ ତୁଲାଉଛନ୍ତି ଶିବ। ସଫେଇ ଓ ସଚେତନତା ସହ କ୍ୱାରେଣ୍ଟାଇନ ସେଣ୍ଟରରେ କିପରି କିଛି […]

ଅଦ୍ୟତନ ହୋଇଛି
କରୋନା ମୁକାବିଲା ନେଇ ଚର୍ଚ୍ଚାରେ ସମିତି ସଭ୍ୟ ଶିବ ନାହାକ

asika

Advertisment

ଆସିକା(ମନୋଜ ମୁନି):  ସଫେଇ, ସାନିଟାଇଜେସନ୍‌ ଏବଂ ସଚେତନତା। ସୁବଥିରେ ଆଗଭର ହୋଇ ବେଶ ପ୍ରଶଂସା ସାଉଁଟୁଛନ୍ତି ଆସିକା ବ୍ଲକ୍‌ ବରଗାଁର ସମିତି ସଭ୍ୟ ଶିବ ନାହାକ। ତାଙ୍କ ପତ୍ନୀ ତ୍ରିବେଣୀ ନାହାକଙ୍କ ସହଯୋଗରେ ତାଙ୍କ କାମ ପାଇଁ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳରେ ଏବେ ଚର୍ଚ୍ଚା ହେଉଛି।

Advertisment

ବୟସରେ କମ୍‌ ହୋଇଥିଲେ ମଧ୍ୟ ପୂର୍ବରୁ ସରପଞ୍ଚ ଏବଂ ଏବେ ସମିତି ସଭ୍ୟ ଦାୟିତ୍ୱ ତୁଲାଉଛନ୍ତି ଶିବ। ସଫେଇ ଓ ସଚେତନତା ସହ କ୍ୱାରେଣ୍ଟାଇନ ସେଣ୍ଟରରେ କିପରି କିଛି ଅସୁବିଧା ନହୁଏ ସେ ତଦାରଖ କରୁଛନ୍ତି।

ସ୍ୱାସ୍ଥ୍ୟକର୍ମୀଙ୍କ ସହ ଗାଁକୁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ହେଉ କିମ୍ବା ଅର୍ଥ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପଠାଇବା। ଗାଁର ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ଧରି ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀଙ୍କୁ ଧ୍ୟାନ ଓ ଯୋଗ ଶିଖାଇବା ସହ ଅନ୍ୟ ସମସ୍ତ ବ୍ୟବସ୍ଥା ମଧ୍ୟ କରୁଛନ୍ତି।

Advertisment

ନିଜ ଜୀବନକୁ ପାଣି ଛଡ଼େଇ ବିଭିନ୍ନ ଜନମଙ୍ଗଳ କାମ ପାଇଁ ଆଗରେ ରହୁଥିବା ଶିବ କିଛି ଅମାନିଆଙ୍କୁ ତାଗିଦ କରିବା ବଦଳରେ ହାତ ଯୋଡ଼ି ନେହୁରା ହେବାର ଦୃଶ୍ୟ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe