Advertisment

ରେଳଡବା ନିର୍ମାଣ କାରଖାନା ସ୍ଥାନାନ୍ତରଣ: କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଳାହାଣ୍ଡି ଜିଲ୍ଲା ନର୍ଲାରୁ ଆନ୍ଧ୍ରପ୍ରଦେଶକୁ ରେଳଡବା ନିର୍ମାଣ କାରଖାନା ସ୍ଥାନାନ୍ତରଣର ସତ୍ୟତା ନେଇ ସ୍ପଷ୍ଟୀକରଣ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୬-୧୭ ବର୍ଷରେ ରାଜ୍ୟକୁ ନୂଆ ରେଳ ଲାଇନ୍‌ ଓ ୪୬୮୨ କୋଟି ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନର୍ଲାରୁ ଆନ୍ଧ୍ରପ୍ରଦେଶକୁ ରେଳଡବା ମରାମତି କାରଖାନା ସ୍ଥାନାନ୍ତରଣ କରାଯାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ୨୦୧୩-୧୪ […]

ଅଦ୍ୟତନ ହୋଇଛି
ରେଳଡବା ନିର୍ମାଣ କାରଖାନା ସ୍ଥାନାନ୍ତରଣ: କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

-Naveen

Advertisment

ଭୁବନେଶ୍ୱର: କାଳାହାଣ୍ଡି ଜିଲ୍ଲା ନର୍ଲାରୁ ଆନ୍ଧ୍ରପ୍ରଦେଶକୁ ରେଳଡବା ନିର୍ମାଣ କାରଖାନା ସ୍ଥାନାନ୍ତରଣର ସତ୍ୟତା ନେଇ ସ୍ପଷ୍ଟୀକରଣ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

୨୦୧୬-୧୭ ବର୍ଷରେ ରାଜ୍ୟକୁ ନୂଆ ରେଳ ଲାଇନ୍‌ ଓ ୪୬୮୨ କୋଟି ମଞ୍ଜୁର ପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନର୍ଲାରୁ ଆନ୍ଧ୍ରପ୍ରଦେଶକୁ ରେଳଡବା ମରାମତି କାରଖାନା ସ୍ଥାନାନ୍ତରଣ କରାଯାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି।

୨୦୧୩-୧୪ ରେଳ ବଜେଟ୍‌ରେ ପ୍ରସ୍ତାବିତ ଏହି କାରଖାନା ସ୍ଥାପନ ପାଇଁ ରାଜ୍ୟସରକାର ନର୍ଲା ରେଳ ଷ୍ଟେସନ ନିକଟରେ ୭୦.୦୨ ଓ ୪୪.୭୦ ଏକର ପରିମିତ ଦୁଇଟି ସ୍ଥାନ ଚିହ୍ନଟ କରିଥିଲେ।

Advertisment

୨୦୧୩-୧୪ ରେଳ ବଜେଟ୍‌ରେ ଗଞ୍ଜାମର ସୀତାପଲ୍ଲୀରେ ରେଳଡବା ନିର୍ମାଣ ଓ କଳାହାଣ୍ଡିର ନର୍ଲାରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା କରାଯିବାକୁ ଘୋଷଣା କରାଯାଇଥିଲା। ତେବେ ରେଳବାଇ କର୍ତ୍ତୃପକ୍ଷ ନର୍ଲାରେ ପ୍ରସ୍ତାବିତ ରେଳଡବା ମରାମତି କାରଖାନାକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଉଠାଇ ନେଇଥିବା ନେଇ ସୂଚନା ଦେଇଛନ୍ତି। ହେମନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ନର୍ଲାରେ ପ୍ରସ୍ତାବିତ ରେଳଡବା କାରଖାନା ସଂପର୍କରେ ଆର୍‌ଟିଆଇରେ ପଚାରିଥିବା ପ୍ରଶ୍ନର ଆଧାରରେ ଏହି ସୂଚନା ଦେଇଛି ରେଳବାଇ। ପରିଚାଳନାଗତ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗଞ୍ଜାମର ସୀତାପଲ୍ଲୀରେ ପ୍ରସ୍ତାବିତ ରେଳଡବା ନିର୍ମାଣ କାରଖାନାର ଭବିଷ୍ୟତ ମଧ୍ୟ ଅନ୍ଧାରରେ ରହିଛି। ଏହି କାରଖାନା ନିର୍ମାଣ କରିବା ନେଇ ରେଲୱେ ବୋର୍ଡ ସମୀକ୍ଷା କରୁଥିବା ନେଇ ହେମନ୍ତ ପଣ୍ଡା ଆର୍‌ଟିଆଇରେ ପଚାରିଥିବା ପ୍ରଶ୍ନର ଉତ୍ତରରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe