Advertisment

ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବଢ଼ିଲା ନଦୀର ଜଳସ୍ତର

ବାରିପଦା/କରଞ୍ଜିଆ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମି.ମି ବର୍ଷା ହୋଇଥିବା ବେଳେ ରାମତୀର୍ଥରେ ୩୫୭ ମି.ମି, ବରେହିପାଣିରେ ୩୩୧ ମି.ମି, କବାଟ ଘାଇରେ ୩୦୬ ମି.ମି ଓ ନଅଣାରେ ୨୭୮ ମି.ମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରୁ ବାହାରିଥିବା […]

author-image
Jitendra Garnayak
ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବଢ଼ିଲା ନଦୀର ଜଳସ୍ତର

River Water

ବାରିପଦା/କରଞ୍ଜିଆ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି।

Advertisment

ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମି.ମି ବର୍ଷା ହୋଇଥିବା ବେଳେ ରାମତୀର୍ଥରେ ୩୫୭ ମି.ମି, ବରେହିପାଣିରେ ୩୩୧ ମି.ମି, କବାଟ ଘାଇରେ ୩୦୬ ମି.ମି ଓ ନଅଣାରେ ୨୭୮ ମି.ମି ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରୁ ବାହାରିଥିବା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। କଣ୍ଟାଖଇରି, ଭଣ୍ଡନ, ଦେଓ ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି।

Advertisment

ଭଣ୍ଡନ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅସନପୁର ଗାଁ ଜଳମଗ୍ନ ହୋଇଯାଇଥିଲା। ଗାଁର ୮ଟି ପରିବାର ଜଳବନ୍ଦୀ ହୋଇଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯଶୀପୁର ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଏବେ ଏକ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି।