Advertisment

ସାଇନିଂ ଷ୍ଟାର୍‌ଜ ମମି ଗ୍ରୁପ୍‌ ବିଜୟୀ

ଭୁବନେଶ୍ୱର(ଓଡିଶା ରିପୋର୍ଟ): କୁହାଯାଏ ବିବାହ ପରେ ଗୋଟେ ନାରୀ ଜୀବନରେ ଅନେକ ପରିବର୍ତ୍ତନ ଆସିଯାଏ। ନୂଆ ପରିବାର, ଭିନ୍ନ ଏକ ପରିବେଶ ସହ ଗଢ଼ି ଉଠିଥିବା କିଛି ନୂଆ ସମ୍ପର୍କର ଦାୟିତ୍ୱ ଭିତରେ ଗୋଟେ ନାରୀ ନିଜ ବିଷୟରେ ଭାବିବାକୁ ଭୁଲିଯାଏ। କର୍ତ୍ତବ୍ୟ ଆଗରେ ଏମିତି ଅନେକ ସ୍ୱପ୍ନ ହଜିଯାଏ। କିନ୍ତୁ ଯଦି ମନୋବଳ ଦୃଢ଼ ଥାଏ ଏବଂ ଲକ୍ଷ୍ୟ ପୂରଣ କରିବା ପାଇଁ ଜିଦ୍‌ ରହିଥାଏ, ତା’ହେଲେ ସବୁକିଛି ସମ୍ଭବ ହୋଇପାରେ। ଯାହାର ଏକ ଉଦାହରଣ […]

ଅଦ୍ୟତନ ହୋଇଛି
ସାଇନିଂ ଷ୍ଟାର୍‌ଜ ମମି ଗ୍ରୁପ୍‌ ବିଜୟୀ

mummy

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟ): କୁହାଯାଏ ବିବାହ ପରେ ଗୋଟେ ନାରୀ ଜୀବନରେ ଅନେକ ପରିବର୍ତ୍ତନ ଆସିଯାଏ। ନୂଆ ପରିବାର, ଭିନ୍ନ ଏକ ପରିବେଶ ସହ ଗଢ଼ି ଉଠିଥିବା କିଛି ନୂଆ ସମ୍ପର୍କର ଦାୟିତ୍ୱ ଭିତରେ ଗୋଟେ ନାରୀ ନିଜ ବିଷୟରେ ଭାବିବାକୁ ଭୁଲିଯାଏ। କର୍ତ୍ତବ୍ୟ ଆଗରେ ଏମିତି ଅନେକ ସ୍ୱପ୍ନ ହଜିଯାଏ। କିନ୍ତୁ ଯଦି ମନୋବଳ ଦୃଢ଼ ଥାଏ ଏବଂ ଲକ୍ଷ୍ୟ ପୂରଣ କରିବା ପାଇଁ ଜିଦ୍‌ ରହିଥାଏ, ତା’ହେଲେ ସବୁକିଛି ସମ୍ଭବ ହୋଇପାରେ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରର କଳିଙ୍ଗ ନଗରରେ।

Advertisment

ନିକଟରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ‘ନୃତ୍ୟକଳା ପ୍ରତିଭା ପ୍ରଚାର-୨୦୧୯’ ଦ୍ୱାରା ଏକ ନୃତ୍ୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥିରେ କଳିଙ୍ଗ ନଗରର ୬ ଜଣିଆ ମମି ଗ୍ରୁପ୍‌ ଜବରଦସ୍ତ ନୃତ୍ୟ କରି ସମସ୍ତଙ୍କ ହୃଦୟ ଜିତି ଥିଲେ। ଦମ୍‌ଦାର ଡ୍ୟାନ୍ସ ପାଇଁ ସେମାନଙ୍କୁ ସେହି ବର୍ଗରେ ପ୍ରଥମ ପୁରସ୍କାର ମଧ୍ୟ ମିଳିଥିଲା। ଏହି ଟିମ୍‌ରେ ମୋନାଲିସା କର, ସେଫାଲି ମହାଲିକ୍ ଦୁର୍ଗାରାଣୀ ମହାରଣା, ସୁଜାତା ବରାଳ, ସ୍ମୃତିରାଣୀ ଦାଶ ଓ ପାୟଲ ନୟି ପ୍ରମୁଖ ଥିଲେ। ସେମାନଙ୍କ ନୃତ୍ୟର କୋରିଓଗ୍ରାଫି କରିଥିଲେ କୋରିଓଗ୍ରାଫର୍‌ ଦିପୁନ କୁମାର ନାୟକ।ଏହି ମା’ମାନେ ସାଇନିଂ ଷ୍ଟାରଜ୍ ଆକାଡେମୀରେ ନୃତ୍ୟ ଶିକ୍ଷା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe