/odisha-reporter/media/post_attachments/uploads/2022/05/89.jpg)
Hospital
ଯାଜପୁର (ଓଡ଼ିଶା ରିପୋର୍ଟର): ଫଳ ଦରକୁ ନେଇ କଥା କଟାକଟି ହେବା ପରେ ଦୁଇ ଗ୍ରାହକଙ୍କୁ ଦାଆରେ ଆକ୍ରମଣ କଲେ ଦୋକାନୀ। ଫଳରେ ଦୁଇ ଗ୍ରାହକ ଆହତ ହୋଇଛନ୍ତି। ଯାଜପୁର ସଦର ଥାନା ଅନ୍ତର୍ଗତ ମିରିଚାନ୍ଦପୁର ଛକ ନିକଟରେ ଘଟିଛି ଏହି ଘଟଣା।
Advertisment
ଆହତ ବ୍ୟକ୍ତି ଦ୍ୱୟ ହେଉଛନ୍ତି- ସଞ୍ଜିତ କୁମାର ସାହୁ ଓ ପ୍ରମୋଦ କୁମାର ପରିଡ଼ା। ସେମାନଙ୍କ ଘର ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ବୈଦରାଜପୁରରେ। ଆକ୍ରମଣ କରିଥିବା ଦୋକାନୀଙ୍କ ନାଁ ପ୍ରଶାନ୍ତ ସାହୁ। ସେ ସେହି ମିରିଚାନ୍ଦପୁର ଅଞ୍ଚଳର ଲୋକ।
ଆହତ ସଞ୍ଜିତ ଓ ପ୍ରମୋଦଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବେକ ଓ ପିଠି କଟି ଯାଇଛି।
Advertisment
ଆମ୍ବ କିଣାକୁ ନେଇ ପ୍ରଶାନ୍ତଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା ବୋଲି ଜଣାପଡ଼ିଛି। ଯାଜପୁର ସଦର ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
