ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗତକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ପୂର୍ବରୁ ଦୈନିକ ଦେଢ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବା ବେଳେ ଗତକାଲିଠୁ ଏହାକୁ ଦ୍ୱିଗୁଣ କରାଯାଇଛି। ଏହାକୁ ଆଉ ଟିକେ ତ୍ୱରାନ୍ୱିତ କରିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା ସାର୍ଟିଫିକେଟ୍ । ଦୋକାନୀମାନେ ସିଙ୍ଗଲ ଡୋଜ୍ କିମ୍ବା ଡବଲ୍ ଡୋଜ୍ର ସାର୍ଟିଫିକେଟ୍ ଦୋକାନ ସାମ୍ନାରେ ଲଗାଇବାକୁ ଜିଲ୍ଲାପାଳ ଟ୍ୱିଟ କରି ଅନୁରୋଧ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ସବୁ ଦୋକାନୀ ଓ ଭେଣ୍ଡରଙ୍କୁ ଟ୍ୱିଟରରେ ଏପରି ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ପଞ୍ଚସୂତ୍ରୀ ନିୟମ ସହ ଏହାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ ଯାଞ୍ଚ କରିବେ ବୋଲି କୁହାଯାଇଛି । ଏହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି ହେବ ଏବଂ ସଂକ୍ରମଣ କମିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା, ନାମ ସ୍ମରଣ କଲେ ହୁଏ ଶିହରଣ’
ପାରାଦୀପ ହେଉଛି ପ୍ରଗତିର ମୁଖଶାଳା । ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟିତ କରି ଏଭଳି କହଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Accident
ବୋଇତ ବନ୍ଦାଣ ଉତ୍ସବ ବେଳେ ଅଘଟଣ, ମଝି ସମୁଦ୍ରରେ ଫସିଲା ଦୁଇ ବୋଟ୍
ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।
Science & Environment
ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର
ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।
Crime
ମା’ ପାଲଟିଗଲା ପଥର; ଛୁଆଙ୍କୁ ଚେଙ୍କ ଦେଲା ପ୍ରେମିକ
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ତାଙ୍କ ପ୍ରେମିକ ।
Accident
ସକାଳୁ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୩ ଗୁରୁତର
ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।