Advertisment

ଏଣିକି ଦୋକାନ ଆଗରେ ଲାଗିବ କରୋନା ଟିକା ସାର୍ଟିଫିକେଟ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗତକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ପୂର୍ବରୁ ଦୈନିକ ଦେଢ ଲକ୍ଷ ଲୋକଙ୍କୁ  ଟିକାକରଣ କରାଯାଉଥିବା ବେଳେ ଗତକାଲିଠୁ ଏହାକୁ ଦ୍ୱିଗୁଣ କରାଯାଇଛି। ଏହାକୁ ଆଉ ଟିକେ ତ୍ୱରାନ୍ୱିତ କରିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା ସାର୍ଟିଫିକେଟ୍ ।   ଦୋକାନୀମାନେ ସିଙ୍ଗଲ ଡୋଜ୍ କିମ୍ବା ଡବଲ୍ […]

ଅଦ୍ୟତନ ହୋଇଛି
ଏଣିକି ଦୋକାନ ଆଗରେ ଲାଗିବ କରୋନା ଟିକା ସାର୍ଟିଫିକେଟ୍

shop

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗତକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହୋଇଛି ଟିକାକରଣ। ପୂର୍ବରୁ ଦୈନିକ ଦେଢ ଲକ୍ଷ ଲୋକଙ୍କୁ  ଟିକାକରଣ କରାଯାଉଥିବା ବେଳେ ଗତକାଲିଠୁ ଏହାକୁ ଦ୍ୱିଗୁଣ କରାଯାଇଛି। ଏହାକୁ ଆଉ ଟିକେ ତ୍ୱରାନ୍ୱିତ କରିବାକୁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

Advertisment

ଏଣିକି ଜିଲ୍ଲାର ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ଲଗାଇବେ କରୋନା ଟିକା ସାର୍ଟିଫିକେଟ୍ ।   ଦୋକାନୀମାନେ ସିଙ୍ଗଲ ଡୋଜ୍ କିମ୍ବା ଡବଲ୍ ଡୋଜ୍‌ର  ସାର୍ଟିଫିକେଟ୍ ଦୋକାନ ସାମ୍ନାରେ ଲଗାଇବାକୁ ଜିଲ୍ଲାପାଳ ଟ୍ୱିଟ କରି ଅନୁରୋଧ କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ସବୁ ଦୋକାନୀ ଓ ଭେଣ୍ଡରଙ୍କୁ ଟ୍ୱିଟରରେ ଏପରି ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ପଞ୍ଚସୂତ୍ରୀ ନିୟମ ସହ ଏହାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ ଯାଞ୍ଚ କରିବେ ବୋଲି କୁହାଯାଇଛି । ଏହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି ହେବ ଏବଂ ସଂକ୍ରମଣ କମିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Advertisment
COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe