/odisha-reporter/media/post_attachments/uploads/2020/01/corona-122.jpg)
corona-122
ଝାରସୁଗୁଡା(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏଥିପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍ଲାଇନ୍। ଏହାକୁ ପାଳନ କରିବାକୁ ଯାଇ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ସବୁ ସପିଂମଲ୍କୁ ବନ୍ଦ କରିବା ସହିତ ସହରର ମଙ୍ଗଳବଜାରରେ ୧୪୪ ଧାରା ଜାରି କରିଛନ୍ତି।
ଆଜି ମଙ୍ଗଳବଜାର ସାପ୍ତାହିକି ହାଟ ଥିଲା। ଜନ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ସାପ୍ତାହିକ ହାଟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ ଜିଲ୍ଲାର ୩ଟି ପୌରାଞ୍ଚଳ ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ଅଞ୍ଚର ସମସ୍ତ ସାପ୍ତାହିକି ହାଟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦବାହାଲ ଅଞ୍ଚଳର ଜଣେ ମହିଳା ଗତ ମାସ ଇଟାଲୀ ଯାଇ ଫେରିଥିବାରୁ ତାଙ୍କୁ ଠାବ କରାଯାଇ ପରୀକ୍ଷା କରାଯାଇଛି। ତେବେ ତାଙ୍କ ଶରୀରରେ ‘କରୋନା’ ଭାଇରସ୍ ନେଇ ସେଭଲି କୌଣସି ଭୂତାଣୁ ନଥିବା ଜଣାପଡ଼ିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
‘କରୋନା’କୁ ନେଇ ଝାରସୁଗୁଡା ବିମାନବନ୍ଦର ଓ ରେଲୱେ ଷ୍ଟେସନରେ ସ୍ୱତନ୍ତ୍ର ଟିମ୍ ରହିଛନ୍ତି। ଜିଲ୍ଲାରେ ଥିବା ବେଦାନ୍ତ ଓ ଟିଆରଏଲର କାରଖାନାରେ କାମ କରୁଥିବା ଜାପାନୀ ଓ ଚାଇନା ଅଧିବାସୀଙ୍କୁ ଯାତାୟତ ରଦ୍ଦ କରାଯାଇଛି। ଏହାଛଡ଼ା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଏଠାକୁ ଆସିପାରିବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
