Advertisment

ଭୁବନେଶ୍ୱରରେ ଖୋଲିଲା ମଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଖୋଲିଛି ଭୁବନେଶ୍ୱରରେ ବିଭିନ୍ନ ମଲ୍‌। ବିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ମଲ୍‌ ସବୁକୁ ଖୋଲାଯାଇଛି। ପ୍ରତ୍ୟେକ ମଲ୍‌ରେ ଜଣେ ଜଣେ ନୋଡାଲ୍‌ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଯେଉଁମାନେ ପ୍ରତିଦିନ ବିଏମ୍‌ସିକୁ ରିପୋର୍ଟ ପ୍ରଦାନ କରିବେ। ମଲ୍‌ରେ ବୟସ୍କ ତଥା ଗର୍ଭବତୀ ମହିଳାମାନେ ଅପେକ୍ଷା କରିବା ପାଇଁ ସ୍ୱତନ୍ତ୍ର ୱେଟିଂ ରୁମ୍‌ ପ୍ରସ୍ତୁତ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି। ବିଏମ୍‌ସି ପକ୍ଷରୁ ପ୍ରଦାନ କରାଯାଇଥିବା ଏସଓପିକୁ ସମସ୍ତ ମଲ୍‌ ମାଲିକମାନେ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍‌

es

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଖୋଲିଛି ଭୁବନେଶ୍ୱରରେ ବିଭିନ୍ନ ମଲ୍‌। ବିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ମଲ୍‌ ସବୁକୁ ଖୋଲାଯାଇଛି। ପ୍ରତ୍ୟେକ ମଲ୍‌ରେ ଜଣେ ଜଣେ ନୋଡାଲ୍‌ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଯେଉଁମାନେ ପ୍ରତିଦିନ ବିଏମ୍‌ସିକୁ ରିପୋର୍ଟ ପ୍ରଦାନ କରିବେ।

Advertisment

ମଲ୍‌ରେ ବୟସ୍କ ତଥା ଗର୍ଭବତୀ ମହିଳାମାନେ ଅପେକ୍ଷା କରିବା ପାଇଁ ସ୍ୱତନ୍ତ୍ର ୱେଟିଂ ରୁମ୍‌ ପ୍ରସ୍ତୁତ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି।

ବିଏମ୍‌ସି ପକ୍ଷରୁ ପ୍ରଦାନ କରାଯାଇଥିବା ଏସଓପିକୁ ସମସ୍ତ ମଲ୍‌ ମାଲିକମାନେ ବାଧ୍ୟତାମୂଳକ ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ବିଏମ୍‌ସି ଗାଇଡ୍‌ଲାଇନ୍‌ଲେ ଆଉହୁରି ଉଲ୍ଲେଖ କରାଯାଇଛି ଯେ, ମଲ୍‌ ପରିସରରେ କୌଣସି ପ୍ରକାଶ ପ୍ରମୋସନାଲ୍‌ କାର୍ଯ୍ୟକ୍ରମ ହୋଇପାରିବନାହିଁ। ମଲ୍‌ରେ କାର୍ଯ୍ୟରତ କର୍ମଚାରୀ ଓ ଗ୍ରାହକମାନେ ଆରୋଗ୍ୟ ସେତୁ ଆପ୍‌ ଏବଂ ସଚେତନ ଆପ୍‌ ଡାଉନ୍‌ଲୋଡ୍‌ କରିବେ। ମଲ୍‌ର ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରିବାକୁ ବ୍ୟାଧ୍ୟତାମୂଳକ କରାଯାଇଛି। ଜ୍ୱର/ଥଣ୍ଡା ହୋଇଥିଲେ କୌଣସି ଗ୍ରହକ ମଲ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ।

ମଲ୍‌ ଭିତରକୁ ପ୍ରବେଶ ବେଳେ ସମସ୍ତଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ। ଏହାଛଡ଼ା ମଲ୍‌ କର୍ମଚାରୀ ଓ ଗ୍ରାହକଙ୍କ ଭିତରେ ଦୂରତା ଅତି କମ୍‌ରେ ୬ ଫୁଟ୍‌ ରହିବ। ମଲ୍‌ରେ ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏହାଛଡ଼ା ମଲ୍‌ ଭିତରେ ଏସି ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ସେଲ୍‌ସିୟସ୍ ଓ ଆଦ୍ରତା ୪୦ରୁ ୭୦% ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe