/odisha-reporter/media/post_attachments/uploads/2019/02/puri-8.jpg)
puri
ପୁରୀ (ମଧୁସୂଦନ ମିଶ୍ର): ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଦୁଇ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ମୁଣ୍ଡନ ଓ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା।
Advertisment
ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦଙ୍କ ପରିବାରଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ।
ଏହାସହ ସେନା ପକ୍ଷରୁ ସହିଦ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରିଥିବା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଫଟୋ ପୋଡ଼ାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
