ପୁଲୱାମାରେ ସହିଦ ଓଡ଼ିଆ ଯବାନଙ୍କୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୁରୀ (ମଧୁସୂଦନ ମିଶ୍ର): ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଦୁଇ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ମୁଣ୍ଡନ ଓ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦଙ୍କ ପରିବାରଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ। ଏହାସହ ସେନା ପକ୍ଷରୁ […]

puri

Rakesh Mallick
  • Published: Sunday, 24 February 2019
  • , Updated: 24 February 2019, 03:33 PM IST

ପୁରୀ (ମଧୁସୂଦନ ମିଶ୍ର): ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଦୁଇ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ମୁଣ୍ଡନ ଓ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା।

ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦଙ୍କ ପରିବାରଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ।

ଏହାସହ ସେନା ପକ୍ଷରୁ ସହିଦ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରିଥିବା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଫଟୋ ପୋଡ଼ାଯାଇଥିଲା।

Related story