Advertisment

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଏତଲା

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି। ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି। ଅବକାଶ ନୀତି ସମୟରେ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ରୋଷଘର ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

Puri temple

Advertisment

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି।

Advertisment

ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି। ଅବକାଶ ନୀତି ସମୟରେ ଏହି ଫଟୋ ନିଆଯାଇଛି।

ଆକାଶ ଚୌଧୁରୀ ଫେସ୍‌ବୁକ୍‌ରେ ଏହି ଫଟୋ ପୋଷ୍ଟ କରି ଲେଖିଥିଲେ, ବେଙ୍ଗଲିରେ ଆମାର ଜୀବନେର୍ ଆଜକେର୍ ଏହି ମୁହୂର୍ତ୍ତଟି କୋନଦିନ ଭୁଲବ୍ ନା। ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ହେଲା। ଏହାର ଅର୍ଥ- ମୋ ଜୀବନର ଆଜିର ଏହି ମୁହୂର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି।

Advertisment

ଆକାଶ ସୋଶାଲ ମିଡିଆରୁ ଏହି ଫଟୋ ଗୁଡ଼ିକୁ ଡିଲିଟ୍ କରି ଦେଇଥିବା ଜଣାପଡ଼ିଛି। ତେବେ ପ୍ରଶ୍ନ ଉଠୁଛି, ସେ ଫଟୋ ଉଠାଇଲେ କେମିତି? ମୋବାଇଲ ବା କ୍ୟାମେରା ଧରି ସେ ଶ୍ରୀମନ୍ଦିର ଭିତରକୁ ଗଲେ କେମିତି? କେହି କେମିତି ଜାଣିପାରିଲେ ନାହିଁ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe