ମା’ ତାରିଣୀଙ୍କ ପରେ ମହାପ୍ରସାଦକୁ ନେଇ ଗୁଜବ

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ହେଉଥିବା ନେଇ ପ୍ରଚାର ହେବା ପରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି,“ଏହା ଏକ ଗୁଜବ। ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥା କି ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଅନୁମତି ଦିଆଯାଇନି।” ଏଥିସହ ଜନସାଧାରଣ ବିଭ୍ରାନ୍ତ ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମହାପ୍ରସାଦ ଅନ୍‌ଲାଇନ୍‌ରେ ବିକ୍ରି ନେଇ ସୋଶାଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବା ପରେ ଏହି ସ୍ପଷ୍ଟୀକରଣ ଦେଇଛି […]

puri

Rakesh Mallick
  • Published: Friday, 16 November 2018
  • , Updated: 16 November 2018, 09:55 AM IST

ପୁରୀ (ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ହେଉଥିବା ନେଇ ପ୍ରଚାର ହେବା ପରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି,“ଏହା ଏକ ଗୁଜବ। ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥା କି ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଅନୁମତି ଦିଆଯାଇନି।”

ଏଥିସହ ଜନସାଧାରଣ ବିଭ୍ରାନ୍ତ ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ମହାପ୍ରସାଦ ଅନ୍‌ଲାଇନ୍‌ରେ ବିକ୍ରି ନେଇ ସୋଶାଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବା ପରେ ଏହି ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଏହାର ତଦନ୍ତ କରାଯାଇ, ସମ୍ପୃକ୍ତ ସଂସ୍ଥା ଓ ଭାଇରାଲ୍‌ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ- ମା’ତାରିଣୀଙ୍କ ନାଁରେ ଗୁଜବ ପରେ ସୋଶାଲ୍ ମିଡିଆରେ ଆସିଲା ଏମିତି ପ୍ରତିକ୍ରିୟା

Related story