Advertisment

ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି?, ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ। ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ ରାଜ୍ୟ ସରକାର ଓ ଆଇନ ବିଭାଗକୁ ପ୍ରଶ୍ନ କରି କହିଥିଲେ, ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି? ତାକୁ ନେଇ ଯେଉଁ କମିଶନ ଗଠନ କରାଯାଇଥିଲା? ତାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇନାହିଁ କାହିଁକି ? ଜଷ୍ଟିସ ରଘୁବୀର […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରର ସନ୍ଧି, କନ୍ଦି କିଛି ଛାଡ଼ିଲେନି; ଡ୍ରୋନ୍ କ୍ୟାମେରା ଭିଡିଓ ଭାଇରାଲ

Ratna-Bhandar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ। ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ ରାଜ୍ୟ ସରକାର ଓ ଆଇନ ବିଭାଗକୁ ପ୍ରଶ୍ନ କରି କହିଥିଲେ, ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି? ତାକୁ ନେଇ ଯେଉଁ କମିଶନ ଗଠନ କରାଯାଇଥିଲା? ତାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇନାହିଁ କାହିଁକି ? ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହାଉସ୍‌ରେ ଉପସ୍ଥାପନ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ ସାଲୁଜା।

Advertisment

ସେ ଅଭିଯୋଗ କରିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗତ ୨୧ ବର୍ଷରେ ରାଜ୍ୟସରକାର ୨୪ଟି କମିଶନ ବସାଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ୮ଟି କମିଶନଙ୍କ ରିପୋର୍ଟ ଗୃହରେ ଦାଖଲ ହୋଇ ପାରିନି। କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତଦନ୍ତ ଆଳରେ ଅବଧି ବଢ଼ାଇ ଚାଲିଛନ୍ତି ରାଜ୍ୟ ସରକାର।

ସୂଚନା ଥାଉକି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ହଠାତ୍ ରେକର୍ଡ ରୁମ୍‌ରୁ ଚାବି ମିଳିବା ରହସ୍ୟ ଏପର୍ଯ୍ୟନ୍ତ ପଦାକୁ ଆସିପାରିନାହିଁ। ନା ରତ୍ନଭଣ୍ଡାର ଖୋଲିବାକୁ ୨୦୧୮ ମସିହାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହୋଇଛି, ନା ଚାବି ହଜିବା-ମିଳିବା ରହସ୍ୟକୁ ନେଇ ବସିଥିବା କମିଶନଙ୍କ ରିପୋର୍ଟ ସାର୍ବଜନିନ ହୋଇପାରିଛି। ଅନ୍ୟପଟେ ମରାମତି ଆବଶ୍ୟକ ହେଉଥିବା ରତ୍ନଭଣ୍ଡାରର ଭାଗ୍ୟ ମଧ୍ୟ ଝୁଲି ରହିଛି। ଏହା ଭିତରେ ଥିବା ମହଣମହଣ ସୁନାଅଳଙ୍କାର ସୁରକ୍ଷାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଆଜି ବିଧାସଭା ହୁଲସ୍ଥୁଲ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe