ଶ୍ରୀମନ୍ଦିର ପରିକ୍ରମା: ବଳିଷ୍ଠ ଯୁକ୍ତି ବାଢ଼ିଲାନି କି ରହିତାଦେଶ ମାଗିଲାନି ଏଏସଆଇ, ଭୂମିକା ସନ୍ଦେହ ଘେରରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧା ଅଂଚଳରେ ଖନନ ଓ ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇପାରେ ବୋଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଶଙ୍କା ବ୍ୟକ୍ତ କରୁଥିଲେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)ର ଭୂମିକା ଏବେ ସନ୍ଦେହଘେରରେ । ହାଇକୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ ନକରିବା, ଏପରିକି ଶ୍ରୀମନ୍ଦିରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ପାଇଁ ମଧ୍ୟ ଏଏସଆଇ ଦାବି ନକରିବା କିମ୍ବା ସେଠାରେ ଆମସାର ଆକ୍ଟ-୧୯୫୮ର ଉଲ୍ଲଘଂନ କରି […]

puri

puri

Ordigital Desk
  • Published: Monday, 09 May 2022
  • Updated: 09 May 2022, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧା ଅଂଚଳରେ ଖନନ ଓ ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇପାରେ ବୋଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଶଙ୍କା ବ୍ୟକ୍ତ କରୁଥିଲେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)ର ଭୂମିକା ଏବେ ସନ୍ଦେହଘେରରେ । ହାଇକୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ ନକରିବା, ଏପରିକି ଶ୍ରୀମନ୍ଦିରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ପାଇଁ ମଧ୍ୟ ଏଏସଆଇ ଦାବି ନକରିବା କିମ୍ବା ସେଠାରେ ଆମସାର ଆକ୍ଟ-୧୯୫୮ର ଉଲ୍ଲଘଂନ କରି ନିର୍ମାଣ ଚାଲିଛି ବୋଲି ଯୁକ୍ତି ନବାଢ଼ିବା ହିଁ ଖୋଲାଖୋଲି ଭାବେ ଏହି ଜାତୀୟ ଏଜେନ୍ସୀର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ହାଇକୋର୍ଟରେ ଏଏସଆଇ ପକ୍ଷରୁ ଦାଏର ସତ୍ୟପାଠରେ ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ଦିଆଯାଇନି ବୋଲି ଅବଗତ କରାଯିବା ସହ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି(ଏନଏମଏ) ଦେଇଥିବା ଅନୁମତି ସମ୍ପର୍କରେ ଉଲ୍ଲେଖ କରାଯାଇଛି । କିନ୍ତୁ ଆଜିର ଶୁଣାଣିବେଳେ ଏଏସଆଇର ସତ୍ୟପାଠ ଓ ଯୁକ୍ତିରେ ତାଳମେଳ ନରହିବାରୁ କୋର୍ଟ ବିରକ୍ତି ପ୍ରକାଶ କରିବା ସହ କେଉଁ ଯୁକ୍ତି ଠିକ୍ ବୋଲି ଏଏସଆଇ ଓକିଲ ପିକେ ପହିଙ୍କୁ ପ୍ରଶ୍ନ କରିଥିଲେ।

ଏପରିକି ଏହି ପରିକ୍ରମା ପ୍ରକଳ୍ପ ପାଇଁ ଯଦି ଏଏସଆଇ ଡିଜି ସବୁଜ ସଙ୍କେତ ଦେଇଛନ୍ତି ଓ ଏନଏମଏ ଅନାପତ୍ତି ପ୍ରମାଣପତ୍ର ଦେଇଛନ୍ତି ତା’ହେଲେ ସମସ୍ୟା କେଉଁଠି ବୋଲି କୋର୍ଟ ପ୍ରଶ୍ନ କରିବାକୁ ପଛାଇ ନାହାନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ମିଳିତ ଅନୁଧ୍ୟାନ କରିବା ପରେ ଏଏସଆଇ ହାଇକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛି ସେଥିରେ ନିଷେଧାଂଚଳ ଭିତରେ ଶୌଚାଳୟ, ଡ୍ରେନ ଓ ଇଲେକ୍ଟ୍ରିକ କାର୍ଯ୍ୟ ନିମନ୍ତେ କୌଣସି ଅନୁମତିର ଆବଶ୍ୟକ ନଥିବା କହିବାକୁ ପଛାଇ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଯଦି ନିଷେଧାଂଚଳ ପରିସରରେ ନିର୍ମାଣକୁ ନେଇ ଏଏସଆଇର କୌଣସି ଆପତ୍ତି ନାହିଁ ତା’ହେଲେ ଏତେ ହୋ-ହାଲ୍ଲା ଓ ଶ୍ରଦ୍ଧାଳୁଙ୍କ ମନରେ ସନ୍ଦେହ କିଏ ସୃଷ୍ଟି କରାଉଛି।

ସୂଚନା ଅନୁସାରେ, ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷ ମାର୍ଚ୍ଚ ୨୯ତାରିଖରେ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଆମସାର ଆକ୍ଟ-୧୯୫୮ର ଧାରା ୨୦-କ ଅନୁସାରେ ସଂରକ୍ଷିତ ଐତିହ୍ୟ(ମନ୍ଦିର)ର ୧୦୦ମିଟର ପରିଧି ମଧ୍ୟରେ କୌଣସି ପ୍ରକାର କୋଠା ନିର୍ମାଣ ଅବା ଖନନ ଆଦି ପାଇଁ ଏହି ଆକ୍ଟର ଧାରା ୧୯ ଅନୁସାରେ କେନ୍ଦ୍ର ସରକାରଙ୍କଠୁ ଅନୁମତି ଆବଶ୍ୟକ । ସଂରକ୍ଷିତ ଐତିହ୍ୟ ବା ମନ୍ଦିରର ନିଷୋଧାଂଚଳରେ କୌଣସି ନିର୍ମାଣ ପୂର୍ବରୁ ଆବଶ୍ୟକ ପଡ଼ିଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜ୍ୟ ସରକାର ଏହି ଅନୁମତି ହାସଲ କରିବେ। ପ୍ରଚଳିତ ଆମସାର ଆକ୍ଟ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ପଡ଼େ ସେଥିପାଇଁ କେନ୍ଦ୍ର ସରକାର ବା ଏଏସଆଇଙ୍କ ଅନୁମତିର ଆବଶ୍ୟକତା ରହିଛି।

ଯେଉଁ ନିୟମକୁ ଆଧାର କରି ଭୁୂବନେଶ୍ୱରସ୍ଥିତ ଏଏସଆଇ ସର୍କଲର ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲ୍ଲିକ୨୦୨୨ ମାର୍ଚ୍ଚ ୮ତାରିଖରେ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଏହି କାର୍ଯ୍ୟ ପାଇଁ ଏଏସଆଇ ଅନୁମତି ଦେଇନଥିବାରୁ ତାକୁ ତୁରନ୍ତ ବନ୍ଦ କରିବାକୁ କହିଥିଲେ । କିନ୍ତୁ ଏହା ପରେ ଏଏସଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ କି ମଧୁଚନ୍ଦ୍ରିକା ହେଲା କେଜାଣି ଆମସାର ଆକ୍ଟ-୧୯୫୮ ଓ ଆମସାର ସଂଶୋଧନ ଆକ୍ଟ -୨୦୧୦କୁ ଖୋଲାଖୋଲି ଉଲ୍ଲଘଂନ କରାଗଲା । ଆଉ ଏଏସଆଇ ମୂକ ପାଲଟିଗଲା।

ହାଇକୋର୍ଟରେ ଏ ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାରେ ଏଏସଆଇ ନିଜ ପକ୍ଷ ରଖିବାକୁ ବାରମ୍ବାର ସମୟ ଗଡ଼ାଇ ଶେଷରେ ଗତ ଦୁଇଦିନ ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟକୁ ବେଆଇନ ବୋଲି ଦର୍ଶାଇବାକୁ ବି ଉଚିତ୍ ମନେ କରିନି । କିମ୍ବା ରାଜ୍ୟ ସରକାର ଏଭଳି ବେଆଇନ ନିର୍ମାଣ କରୁଥିବାରୁ ଥାନାରେ ଏନେଇ ଏତଲା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରିନି । ଓଲଟା ରାଜ୍ୟ ସରକାର ଶୌଚାଳୟ, ଡ୍ରେନେଜ ଓ ଇଲେକ୍ଟି କାର୍ଯ୍ୟ ବିନା ଅନୁମତି ରେ କରିପାରିବେ ବୋଲି ସତ୍ୟପାଠରେ ହାଇକୋର୍ଟଙ୍କୁ ଅବଗତ କରାଇଛି । ହାଇକୋର୍ଟରେ ଏଏସଆଇ କେବଳ ତା’ର ଅନୁମତି ବିନା ଏସବୁ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି କହି ଚୁପ୍ ବସି ଯାଇଥିଲା । ମାତ୍ର ଏଏସଆଇ ଡିଜି ଘଟଣାସ୍ଥଳ ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟକୁ ସବୁଜ ସଙ୍କେତ ଦେଇଥିବା ଓ ଏନଏମଏ ଅନାପତ୍ତି ପ୍ରମାଣପତ୍ର ଦେବା ପରେ ଆଉ କିଏ ଅନୁମତି ଦେବ ବୋଲି କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଏଏସଆଇ ଓକିଲ ଶ୍ରୀ ପହି ସକ୍ଷମ ହୋଇପାରିନଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଓକିଲ ଆଡଭୋକେଟ୍ ଜେନରାଲ ଅଶୋକ ପରିଜା ମୌସୁମୀ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିବା ସହ ନିଷୋଧାଂଚଳ ପରିସରରେ ନୁହେଁ ବରଂ ନିୟନ୍ତ୍ରିତ ଅଂଚଳରେ ରିସପେସନ ସେଂଟର ନିର୍ମାଣ କରାଯିବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି।

ମୋଟାମୋଟି ଭାବେ ଆଜିର ଶୁଣାଣିବେଳେ ଏଏସଆଇ ଦ୍ୱାରା ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାନଯାଇ କେବଳ ‘ଅନୁମତି ନନେଇ ରାଜ୍ୟ ସରକାର ନିର୍ମାଣ କରୁଛନ୍ତି’ ବୋଲି କହିବା ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ । ଅବଶ୍ୟ ଜନସ୍ୱାର୍ଥ ମାମଲା ଦାଏରକାରୀଙ୍କ ଓକିଲ ଜେବି ମହାନ୍ତି ବଳିଷ୍ଠ ଯୁକ୍ତି ମାଧ୍ୟମରେ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ରହିତାଦେଶ ଜାରି ନିମନ୍ତେ ଅନୁରୋଧ କରିଥିଲେ ।
କୋର୍ଟ ତାଙ୍କ ରାୟରେ ଜୁନ୍ ୨୦ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ଏଏସଆଇର ସତ୍ୟପାଠ ଉପରେ ନିଜର ମତାମତ ସତ୍ୟପାଠ ଆକାରରେ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଯୋଗୁ ଦ୍ୱାଦଶ ଶତାବ୍ଦୀର ମନ୍ଦିର ଉପରେ କ’ଣ ପ୍ରଭାବ ପଡ଼ିବ ତା’ର ବିସ୍ତୃତ ଆକଳନ କରି ରିପୋର୍ଟ ଦାଖଲ କରିବା ନିମନ୍ତେ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଶ୍ରୀମନ୍ଦିର ଚାରିପଟେ ବିଶାଳ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ଆଜି ପର୍ଯ୍ୟନ୍ତ ଯେଉଁ ରାଜନୀତିକ ହୋ-ହାଲ୍ଲା ଚାଲିଥିଲା ସେଥିରେ ରାଜ୍ୟ ସରକାରଙ୍କୁ ସୁହାଇବା ଭଳି କାମ ଏଏସଆଇ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story