Advertisment

କଟକରୁ ହଟିଲା ଶଟ୍‌ଡାଉନ୍, ଖୋଲିବ ଶପିଂ ମଲ୍‌

କଟକ (ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକରୁ ଶଟ୍‌ଡାଉନ୍ ହଟିଛି। କଟକ ମହାନଗର ନିଗମ ଅଞ୍ଚଳରୁ ଶଟ୍‌ଡାଉନ୍ ହଟାଇବାକୁ ଗତକାଲି ସିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ। ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଖୋଲାରହିବ। କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ଶପିଂ ମଲ୍ ମଧ୍ୟ ଖୋଲିବ। ହେଲେ ଲକ୍‌ଡାଉନ୍ ନିୟମ ବଳବତ୍ତର ରହିବ। ଏଥିସହ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କଟକରୁ ହଟିଲା ଶଟ୍‌ଡାଉନ୍, ଖୋଲିବ ଶପିଂ ମଲ୍‌

ctc

କଟକ (ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକରୁ ଶଟ୍‌ଡାଉନ୍ ହଟିଛି। କଟକ ମହାନଗର ନିଗମ ଅଞ୍ଚଳରୁ ଶଟ୍‌ଡାଉନ୍ ହଟାଇବାକୁ ଗତକାଲି ସିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ। ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଖୋଲାରହିବ। କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ଶପିଂ ମଲ୍ ମଧ୍ୟ ଖୋଲିବ। ହେଲେ ଲକ୍‌ଡାଉନ୍ ନିୟମ ବଳବତ୍ତର ରହିବ। ଏଥିସହ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ।  ତା’ ସହତି ସପ୍ତାହାନ୍ତ ଶଟ୍‌ଡାଉନ୍ ନିୟମ ମଧ୍ୟ ବଳବତ୍ତର ରହିବ।

Advertisment

କଟକରେ କରୋନା ସଂକ୍ରମଣ ବଢୁଥିବା ଦେଖି ଗତ ୪ ତାରିଖରେ ସିଏମ୍‌ସିକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଥିଲା।  ୬ ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ଓ କଣ୍ଟା ଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇ ନଥିବା ସିଏମ୍‌ସି କହିଛି।  ସେହିପରି ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ସିଏମ୍‌ସି ଉଠାଇ ଦେଇଛି।  ଶଟ୍‌ଡାଉନ୍‌ ଆଉ ଆବଶ୍ୟକତା ନଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି।  ତା’ ବଦଳରେ ଲକ୍‌ଡାଉନ୍ ନିୟମ ଜାରି ରହିବ।