Advertisment

୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ଶଟ୍‌ଡାଉନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖ ରାତି ୧୦ଟାରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ଶଟ୍‌ଡାଉନ୍ ଅବଧି ସରିଥିଲେ ବି ଲକ୍‌ଡାଉନ୍ କଟକଣା ପୂର୍ବ ଭଳି ଜାରି ରହିବ। ଅନ୍ୟପକ୍ଷରେ, ଶଟ୍‌ଡାଉନ୍ ହଟିବା ପରେ ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁଲିସ୍‌ ଡିଜିପି ଅଭୟ। ପୁଲିସ ଓ ପ୍ରଶାସନକୁ ସହଯୋଗ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ଶଟ୍‌ଡାଉନ୍

jajpur

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖ ରାତି ୧୦ଟାରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ଶଟ୍‌ଡାଉନ୍ ଅବଧି ସରିଥିଲେ ବି ଲକ୍‌ଡାଉନ୍ କଟକଣା ପୂର୍ବ ଭଳି ଜାରି ରହିବ।

Advertisment

ଅନ୍ୟପକ୍ଷରେ, ଶଟ୍‌ଡାଉନ୍ ହଟିବା ପରେ ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁଲିସ୍‌ ଡିଜିପି ଅଭୟ। ପୁଲିସ ଓ ପ୍ରଶାସନକୁ ସହଯୋଗ କରିଥିବାରୁ ସେ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ସାମାଜିକ ଦୂରତ୍ୱ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଡିଜିପି  ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ।

Advertisment