Advertisment

ଗଞ୍ଜାମରେ ୩ ଦିନ କୋହଳ ହେଲା ଶଟ୍‌ଡାଉନ୍‌ କଟକଣା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍ କଟକଣା ୩ ଦିନ ପାଇଁ କୋହଳ କରାଯାଇଛି। ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଟକଣା କୋହଳ କରିଛନ୍ତି। ଏହି ସମୟରେ ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିପାରିବେ। ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଲୋକମାନେ କିଣାକିଣି କରିପାରିବେ। ତେବେ ଜିଲ୍ଲାପାଳ କଟକଣା କୋହଳ କରିବା ସହ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି। ସେ କହିଛନ୍ତି ଯେ,  ଏହି ୩ ଦିନ […]

author-image
Jyoshna Pradhan
ଗଞ୍ଜାମରେ ୩ ଦିନ କୋହଳ ହେଲା ଶଟ୍‌ଡାଉନ୍‌ କଟକଣା

berhampur

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍ କଟକଣା ୩ ଦିନ ପାଇଁ କୋହଳ କରାଯାଇଛି। ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଟକଣା କୋହଳ କରିଛନ୍ତି। ଏହି ସମୟରେ ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିପାରିବେ। ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଲୋକମାନେ କିଣାକିଣି କରିପାରିବେ।

Advertisment

ତେବେ ଜିଲ୍ଲାପାଳ କଟକଣା କୋହଳ କରିବା ସହ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି। ସେ କହିଛନ୍ତି ଯେ,  ଏହି ୩ ଦିନ ଆପଣମାନଙ୍କୁ ଆମେ ନିରୀକ୍ଷଣ କରିବୁ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି ନିରୀକ୍ଷଣ କରାଯିବ। ଯଦି ଖିଲାପ ହୋଇଥିବା ନେଇ ନଜରକୁ ଆସେ, ଶଟଡାଉନ୍‌ ଆହୁରି କଡ଼ାକଡ଼ି ହେବ।

Shut Down