Advertisment

କାଲିଠୁ କଟକରୁ ଉଠିବ କଟକଣା; ଖୋଲିବ ସପିଂ ମଲ୍

କଟକ(ଓଡ଼ିଶା ରିପୋର୍ଟର): କଟକ ସହରବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ଗତ ସପ୍ତାହେ ହେବ ଘରେ ରହି କଲବଲ ହେଉଥିବା କଟକବାସୀ ଆସନ୍ତା କାଲିଠୁ ଘରୁ ବାହାରି ପାରିବେ। କଟକ ମହାନଗର ନିଗମ ଅଞ୍ଚଳରେ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍‌ ଲଗାଇବା ନିମନ୍ତେ ଗତ ସପ୍ତାହେ ହେବ ଲାଗୁ ହୋଇଥିଲା ଶଟଡାଉନ୍‌ କଟକଣା। ଏହି କଟକଣା ଆସନ୍ତାକାଲିଠାରୁ ଉଠିଯିବ ବୋଲି  CMC ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ରାତ୍ରିକାଳୀନ କର୍ଫ୍ୟୁ […]

author-image
Niharika Rout
ଅଦ୍ୟତନ ହୋଇଛି
କାଲିଠୁ କଟକରୁ ଉଠିବ କଟକଣା; ଖୋଲିବ ସପିଂ ମଲ୍

CUTTACK-3

କଟକ(ଓଡ଼ିଶା ରିପୋର୍ଟର): କଟକ ସହରବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ଗତ ସପ୍ତାହେ ହେବ ଘରେ ରହି କଲବଲ ହେଉଥିବା କଟକବାସୀ ଆସନ୍ତା କାଲିଠୁ ଘରୁ ବାହାରି ପାରିବେ। କଟକ ମହାନଗର ନିଗମ ଅଞ୍ଚଳରେ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍‌ ଲଗାଇବା ନିମନ୍ତେ ଗତ ସପ୍ତାହେ ହେବ ଲାଗୁ ହୋଇଥିଲା ଶଟଡାଉନ୍‌ କଟକଣା। ଏହି କଟକଣା ଆସନ୍ତାକାଲିଠାରୁ ଉଠିଯିବ ବୋଲି  CMC ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

Advertisment

ଆସନ୍ତା  କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲା ରହିବ । ସହରରେ ରାତ୍ରିକାଳୀନ କର୍ଫ୍ୟୁ କିନ୍ତୁ ଲାଗୁ ରହିବ ବୋଲି CMC ପକ୍ଷରୁ ସୂଚନା ଦିଆଯାଇଛି ।  ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ କଟକଣା କଡ଼ାକଡ଼ି ଭାବେ ଲାଗୁ କରାଯିବ।

Advertisment

କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ। ୫୦% କର୍ମଚାରୀଙ୍କୁ ନେଇ ଖୋଲାରହିବ ସରକାରୀ ଅଫିସ୍। ଶଟଡାଉନ୍‌ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ନିଜେ ସଚେତନ ରହି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ ନିମନ୍ତେ ସିଏମ୍‌ସି ପକ୍ଷରୁ ଅପିଲ୍‌ କରାଯାଇଛି।

Shut Down