କଟକ(ଓଡ଼ିଶା ରିପୋର୍ଟର): କଟକ ସହରବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ଗତ ସପ୍ତାହେ ହେବ ଘରେ ରହି କଲବଲ ହେଉଥିବା କଟକବାସୀ ଆସନ୍ତା କାଲିଠୁ ଘରୁ ବାହାରି ପାରିବେ। କଟକ ମହାନଗର ନିଗମ ଅଞ୍ଚଳରେ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇବା ନିମନ୍ତେ ଗତ ସପ୍ତାହେ ହେବ ଲାଗୁ ହୋଇଥିଲା ଶଟଡାଉନ୍ କଟକଣା। ଏହି କଟକଣା ଆସନ୍ତାକାଲିଠାରୁ ଉଠିଯିବ ବୋଲି CMC ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।
After reviewing the current situation, We have decided to lift the #Shutdown restrictions imposed in #Cuttack city - CMC area. (Applicable from 13.7. 2020)
Please note the #WeekendShutdown regulations will be followed as usual. Kindly refer to the Order for details. pic.twitter.com/ZOrjxYzgTV
— CMC,Cuttack (@CMCCuttack) July 12, 2020
ଆସନ୍ତା କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲା ରହିବ । ସହରରେ ରାତ୍ରିକାଳୀନ କର୍ଫ୍ୟୁ କିନ୍ତୁ ଲାଗୁ ରହିବ ବୋଲି CMC ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ କଟକଣା କଡ଼ାକଡ଼ି ଭାବେ ଲାଗୁ କରାଯିବ।
କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ। ୫୦% କର୍ମଚାରୀଙ୍କୁ ନେଇ ଖୋଲାରହିବ ସରକାରୀ ଅଫିସ୍। ଶଟଡାଉନ୍ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ନିଜେ ସଚେତନ ରହି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ ନିମନ୍ତେ ସିଏମ୍ସି ପକ୍ଷରୁ ଅପିଲ୍ କରାଯାଇଛି।