jaleswar
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲ୍ଲାପାଳ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୫ଟା ଠାରୁ ୧୭ ତାରିଖ ସକାଳ ୫ଟା ଯାଏ ଶଟ୍ଡାଉନ୍ ରହିବ।
ଏହି ଅବଧି ମଧ୍ୟରେ ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ମ୍ୟୁନିସିପାଲଟି ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ୍ କରାଯିବ। ଏହାସହ କେବଳ ଅତ୍ୟାବଶକୀୟ ସାମଗ୍ରୀ କିଣିବା ଲାଗି ଲୋକଙ୍କୁ ଛଡ଼ାଯିବ। ଯଦି କେହି ଶଟ୍ଡାଉନ୍ ଅବଧି ସମୟରେ ନିୟମକୁ ଉଲଂଘନ କରନ୍ତି, ତା’ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/jaleswar-2200.jpg)