Advertisment

ଲକ୍‌ଡାଉନ୍‌ରେ ଜୀବନ: ହୃଦୟ ଜିତିଲେ ଏସ୍‌ଆଇ ବର୍ଷା ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୩ ଯାଏ ବୃଦ୍ଧି ପାଇଛି ଲକ୍‌ଡାଉନ୍‌। ଗରିବ ଓ ନିରାଶ୍ରୟ ଲୋକ ମୁଠାଏ ଦାନା ଏବଂ ମୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିବାବେଳେ କିଛି ଅଧିକାରୀଙ୍କ ମାନବିକତା ସମସ୍ତଙ୍କ ହୃଦୟ କିଣୁଛି। ଏଭଳି ଏକ ଦୃଶ୍ୟ କଟକରୁ ଆସିଛି। SI Barsha Mohanty of Mahila PS set an example of humanity once again today while […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍‌ରେ ଜୀବନ: ହୃଦୟ ଜିତିଲେ ଏସ୍‌ଆଇ ବର୍ଷା ମହାନ୍ତି

Barsa-Mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୩ ଯାଏ ବୃଦ୍ଧି ପାଇଛି ଲକ୍‌ଡାଉନ୍‌। ଗରିବ ଓ ନିରାଶ୍ରୟ ଲୋକ ମୁଠାଏ ଦାନା ଏବଂ ମୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିବାବେଳେ କିଛି ଅଧିକାରୀଙ୍କ ମାନବିକତା ସମସ୍ତଙ୍କ ହୃଦୟ କିଣୁଛି। ଏଭଳି ଏକ ଦୃଶ୍ୟ କଟକରୁ ଆସିଛି।
https://twitter.com/DCP_CUTTACK/status/1250855364653797377?s=20
କଟକ ଡିସିପି ଟ୍ୱିଟ୍‌ କରିଥିବା ଏକ ଭିଡିଓରେ ମହିଳା ପୁଲିସ୍‌ ଅଧିକାରୀ ଏସ୍‌ଆଇ ବର୍ଷା ମହାନ୍ତି ଜଣେ ନିରାଶ୍ରୟ ମହିଳାଙ୍କୁ ନିଜ ଖୁଆଇ ଦେଉଛନ୍ତି। ପୁଲିସ୍‌ ଚେକ୍‌ ପୋଷ୍ଟ ନିକଟରେ ଦୃଶ୍ୟାୟନ କରାଯାଇଥିବା ଏହି ଭିଡିଓରେ ଅତି ଆଦରରେ ମହିଳା ଜଣଙ୍କୁ ଖୁଆଇ ଦେଉଛନ୍ତି। ଏପରିକି ସେ ମହିଳାଙ୍କୁ କିଛି ବ୍ୟସ୍ତ ନହେବାକୁ ବୁଝାଇ ପିଠି ଥାପୁଡ଼ାଇବା ସହ ପାଣି ମଧ୍ୟ ପିଆଇ ଦେଇଥିଲେ। ଏଥିରେ ବର୍ଷାଙ୍କ ସହଯୋଗୀମାନେ ମଧ୍ୟ ସହାୟତା କରିଥିଲେ।

Advertisment

ଏହାକୁ ପ୍ରଶଂସା କରି କଟକ ଡିସିପିଙ୍କ ହ୍ୟାଣ୍ଡଲରୁ କୁହାଯାଇଛି, “ଆଜି କର୍ତ୍ତ୍ୟରୁ ଉର୍ଦ୍ଧ୍ୱକୁ ଯାଇ ମହିଳା ପୁଲିସ୍‌ ଥାନାର ଏସ୍‌ଆଇ ବର୍ଷା ମହାନ୍ତି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନର ମହାମାରୀ ସମୟରେ ଏହା ଏକ ପ୍ରଶଂସନୀୟ କାମ।”
https://twitter.com/DCP_CUTTACK/status/1251050440281579520?s=20
ଏହି ଭିଡିଓରେ ଏସ୍‌ଆଇ ବର୍ଷା ମାସ୍କ କାହିଁକି ପିନ୍ଧିନାହାନ୍ତି ବୋଲି ପଚରାଯିବାରୁ ଏକ ଫଟୋ ମଧ୍ୟ ଉତ୍ତର ଦିଆଯାଇଛି। ଏହି ଫଟୋରେ ସେ ମାସ୍କ ପିନ୍ଧିଛନ୍ତି। ଅନ୍ୟପକ୍ଷରେ ଖାଇବା ଅଗାରୁ ସ୍ୱଚ୍ଛତା ଦୃଷ୍ଟିରୁ ମହିଳା ଜଣକ ହାତ ଧୋଉଥିବାର ଦୃଶ୍ୟ ଏଥିରେ ରହିଛି। ଏହି ଟ୍ୱିଟ୍‌କୁ ଏବେ ବେଶ ପ୍ରଶଂସା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe