Advertisment

ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ। ଅଳିଆ  ଆବର୍ଜନାରେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏହି ଚେହେରାକୁ ବଦଳାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଦୁଇ କଲେଜ ଝିଅ । ନିଜେ ଝାଡ଼ୁ ଧରି ଗାଁରେ ସଫାସୁତରା କରୁଛନ୍ତି। ସେମାନଙ୍କ କାମରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମାନେ ବି ଏବେ ନିଜ ଆଖପାଖ ଅଞ୍ଚଳ ସଫାସୁତୁରା ରଖୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର କୃପାସିନ୍ଧୁପଲ୍ଲୀର ଦୁଇ କଲେଜ […]

author-image
Puspanjali Panda
ଅଦ୍ୟତନ ହୋଇଛି
ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ

s2-1

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ। ଅଳିଆ  ଆବର୍ଜନାରେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏହି ଚେହେରାକୁ ବଦଳାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଦୁଇ କଲେଜ ଝିଅ । ନିଜେ ଝାଡ଼ୁ ଧରି ଗାଁରେ ସଫାସୁତରା କରୁଛନ୍ତି। ସେମାନଙ୍କ କାମରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମାନେ ବି ଏବେ ନିଜ ଆଖପାଖ ଅଞ୍ଚଳ ସଫାସୁତୁରା ରଖୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର କୃପାସିନ୍ଧୁପଲ୍ଲୀର ଦୁଇ କଲେଜ ପଢୁଆ ଝିଅ ଏହି ସ୍ୱଚ୍ଛତା ଅଭିଯାନକୁ ସଫଳ କରି ଦେଖାଇଛନ୍ତି। ସେହି ଝିଅ ଦୁଇଜଣ ହେଉଛନ୍ତି ଶିବାନୀ ଦୋରା ଓ ସଂଧ୍ୟା ଦୋରା।

Advertisment

publive-image

ଏହି ଦୁଇ ଭଉଣୀ ନିଜ ଗାଁର ଅଳିଆ ଆବର୍ଜନାରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖି ଚିନ୍ତାରେ ପଡ଼ି ଯାଇଥିଲେ। ତେଣୁ ନିଜ ଚେଷ୍ଟାରେ ଗାଁର ଚିତ୍ର ବଦଳେଇବା ପାଇଁ ଅଣ୍ଟା ଭିଡିଛନ୍ତି। ହାତରେ ଝାଡ଼ୁ ଧରି ସଫା କରୁଛନ୍ତି ଗାଁ ଦାଣ୍ଡ। ସେମାନଙ୍କ କାମରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମାନେ ଆଖପାଖ ଅଞ୍ଚଳ ସଫା କରିବାରେ ଲାଗିଛନ୍ତି।

publive-image

ଶିବାନୀ ଓ ସଂନ୍ଧ୍ୟା କେବଳ ଗାଁ ଦାଣ୍ଡ ସହିତ ମନ୍ଦିର ଅଗଣାକୁ ମଧ୍ୟ ସଫା କରୁଛନ୍ତି। ଏହି ସଫେଇ କାର୍ଯ୍ୟ ଦୁଇ ଭଉଣୀଙ୍କର ପାଠପଢ଼ାରେ କିନ୍ତୁ ବାଧକ ସାଜିନାହିଁ। ପାଠ ପଢ଼ା ସହିତ ସଫେଇ କାର୍ଯ୍ୟ ଚାଲୁ ରହିଛି। ଦୁଇ ଭଉଣୀଙ୍କ ସହିତ ଗାଁର ଅନ୍ୟ ଝିଅମାନେ ମଧ୍ୟ ହାତ ମିଳାଇଛନ୍ତି। ପରିବାର ଲୋକେ ବି ଏଥିରେ ସମର୍ଥନ ଦେଉଛନ୍ତି। ପିଲାମାନଙ୍କ ଏ ଆଗ୍ରହ ଓ ପ୍ରେରଣାକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Advertisment