Advertisment

ପ୍ରାଣ ହରାଇଲା ଗଜରାଜ

ବାଙ୍କୀ (ସଞ୍ଜିବ ନାୟକ): କାମ ଦେଲାନି ଚିକିତ୍ସା। ଅସୁସ୍ଥ ହେବାର ୫ ଦିନ ପରେ ପ୍ରାଣ ହରାଇଲା ମାଈ ହାତୀ। ସେ ହରପିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତଥାପି ବନ ବିଭାଗ ତଦନ୍ତ ଜାରି ରଖିଛି। କଟକ କୂଅମଡ଼ା ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀ ଶୋଇଥିବା ଦେଖିବାକୁ ମିଳିଥିଲା। ହାତୀଟି ଅସୁସ୍ଥ ଥିବା ଭାବି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ କୂଅମଡ଼ା ଜଙ୍ଗଲରେ ପହଞ୍ଚି ହାତୀକୁ ଚିକିତ୍ସା […]

author-image
Manoranjan Sial
ପ୍ରାଣ ହରାଇଲା ଗଜରାଜ

Sick-female-elephant-in-Banra-Kuamada-Forest-in-Banki-area-that-was-undergoing-treatment-dies

ବାଙ୍କୀ (ସଞ୍ଜିବ ନାୟକ): କାମ ଦେଲାନି ଚିକିତ୍ସା। ଅସୁସ୍ଥ ହେବାର ୫ ଦିନ ପରେ ପ୍ରାଣ ହରାଇଲା ମାଈ ହାତୀ। ସେ ହରପିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ତଥାପି ବନ ବିଭାଗ ତଦନ୍ତ ଜାରି ରଖିଛି।

Advertisment

କଟକ କୂଅମଡ଼ା ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀ ଶୋଇଥିବା ଦେଖିବାକୁ ମିଳିଥିଲା। ହାତୀଟି ଅସୁସ୍ଥ ଥିବା ଭାବି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ କୂଅମଡ଼ା ଜଙ୍ଗଲରେ ପହଞ୍ଚି ହାତୀକୁ ଚିକିତ୍ସା କରିଥିଲେ। ଏପରିକି OUAT ଓ ଆସାମରୁ ଆସିଥିବା ବିଶେଷଜ୍ଞ ଟିମ୍‌ ସେଠାରେ ପହଞ୍ଚି ହାତୀକୁ ଚିକିତ୍ସା କରିଥିଲେ। ହେଲେ ହାତୀଟିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଆଜି ହାତୀଟି ପ୍ରାଣ ହରାଇଛି।