Advertisment

ସିଦ୍ଧି ବିନାୟକ ବିଲ୍ଡର୍ସ ନାଁରେ ଠକେଇ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିରେ ଇଓଡବ୍ଲ୍ୟୁ ଅଫିସ୍ ଘେରିଲେ ଗ୍ରାହକ

ଭୁବନେଶ୍ୱର: ସିଦ୍ଧି ବିନାୟକ ବିଲ୍ଡର୍ସ ନାମକ ଏକ ସଂସ୍ଥା ଫ୍ଲାଟ୍ ଦେବାକୁ କହି ପ୍ରାୟ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି କିଛି ଗ୍ରାହକ। ଏହି ବିଲ୍ଡର ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ଏହି ଗ୍ରାହକମାନେ ଭୁବନେଶ୍ୱର ସ୍ଥିତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅଫିସ୍ ଘେରାଉ କରିଥିଲେ। ସଂସ୍ଥାର ଏମ୍‌ଡି ଦିଲ୍ଲୀପ କୁମାର ଗଡ଼ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଫ୍ଲାଟ୍ ଯୋଗାଇ ଦେବା […]

ସିଦ୍ଧି ବିନାୟକ ବିଲ୍ଡର୍ସ ନାଁରେ ଠକେଇ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିରେ ଇଓଡବ୍ଲ୍ୟୁ ଅଫିସ୍ ଘେରିଲେ ଗ୍ରାହକ

siddhi-binayak

Advertisment

siddhi-binayakଭୁବନେଶ୍ୱର: ସିଦ୍ଧି ବିନାୟକ ବିଲ୍ଡର୍ସ ନାମକ ଏକ ସଂସ୍ଥା ଫ୍ଲାଟ୍ ଦେବାକୁ କହି ପ୍ରାୟ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି କିଛି ଗ୍ରାହକ। ଏହି ବିଲ୍ଡର ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ଏହି ଗ୍ରାହକମାନେ ଭୁବନେଶ୍ୱର ସ୍ଥିତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅଫିସ୍ ଘେରାଉ କରିଥିଲେ। ସଂସ୍ଥାର ଏମ୍‌ଡି ଦିଲ୍ଲୀପ କୁମାର ଗଡ଼ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ।

Advertisment

ଫ୍ଲାଟ୍ ଯୋଗାଇ ଦେବା ପାଇଁ ସିଦ୍ଧି ବିନାୟକ ବିଲ୍ଡର୍ସ ୨୦୧୧ରେ ଗ୍ରାହକମାନଙ୍କଠାରୁ ଟଙ୍କା ନେଇଥିଲା। ଚୁକ୍ତି ଅନୁଯାୟୀ ଏହି ସଂସ୍ଥା ୨୦୧୩ରେ ସେମାନଙ୍କୁ ଫ୍ଲାଟ୍ ଦେବା କଥା। କିନ୍ତୁ ଏଯାଏଁ ସେମାନେ ଘର ପାଇ ନାହାନ୍ତି। କିଛି ଗ୍ରାହକ ଅଭିଯୋଗ କରିଛନ୍ତି ଯେ ଏହି ବିଲ୍ଡର ସଂସ୍ଥା ପକ୍ଷରୁ ସେମାନଙ୍କୁ ଦିଆଯାଇଥିବା ଚେକ୍ ବାଉନ୍ସ ହୋଇଛି। ଏନେଇ ସେମାନେ ପୂର୍ବରୁ ନୟାପଲ୍ଲୀ ଥାନା ଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଆଜି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ଅନ୍ୟପକ୍ଷରେ ସିଦ୍ଧି ବିନାୟକ ବିଲ୍ଡର୍ସ ଓ ଅର୍ଥନୈତିକ ଅପରାଧ ଶାଖାର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe