Advertisment

ମୁହଁ ଓ ହାତରେ କଳା ପଟି ବାନ୍ଧି ଚାଷୀଙ୍କ ନିରବ ପ୍ରତିବାଦ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ-ହାଇଦ୍ରାବାଦ ପେଟ୍ରୋଲିୟମ ତୈଳ ପାଇପଲାଇନ ପାଇଁ ଜମି ହରାଇଥିବା ଜଗତସିଂହପୁର ଜିଲ୍ଲା ବାଲିତୁଠ ପଞ୍ଚାୟତର ସଂଖ୍ୟାଧିକ ଚାଷୀ ଆଜିଠାରୁ ନିରବ ପ୍ରତିବାଦ ଆରମ୍ଭ କରିଛନ୍ତି। ମୁହଁ ଏବଂ ହାତରେ କଳା ପଟି ବାନ୍ଧି ବଡ଼ବୁଦା ଗାଁମୁଣ୍ଡ ମଣ୍ଡପ ଉପରେ ବସି ପ୍ରତିବାଦ କରୁଛନ୍ତି। ପାଇପଲାଇନ୍‌ ପାଇଁ ଅଧିଗୃହୀତ ଜମିର ଉଚିତ ମୂଲ୍ୟ ଦାବି କରି ଦୀର୍ଘଦିନ ହେଲା ଚାଷୀମାନେ ଆନ୍ଦୋଳନ କରି ଆସୁଛନ୍ତି। ହେଲେ ସେମାନଙ୍କ ଦାବି ପ୍ରତି ବିଚାର ନକରି ପୁଲିସ ଦ୍ୱାରା […]

ମୁହଁ ଓ ହାତରେ କଳା ପଟି ବାନ୍ଧି ଚାଷୀଙ୍କ ନିରବ ପ୍ରତିବାଦ

paradip

Advertisment

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ-ହାଇଦ୍ରାବାଦ ପେଟ୍ରୋଲିୟମ ତୈଳ ପାଇପଲାଇନ ପାଇଁ ଜମି ହରାଇଥିବା ଜଗତସିଂହପୁର ଜିଲ୍ଲା ବାଲିତୁଠ ପଞ୍ଚାୟତର ସଂଖ୍ୟାଧିକ ଚାଷୀ ଆଜିଠାରୁ ନିରବ ପ୍ରତିବାଦ ଆରମ୍ଭ କରିଛନ୍ତି। ମୁହଁ ଏବଂ ହାତରେ କଳା ପଟି ବାନ୍ଧି ବଡ଼ବୁଦା ଗାଁମୁଣ୍ଡ ମଣ୍ଡପ ଉପରେ ବସି ପ୍ରତିବାଦ କରୁଛନ୍ତି।

Advertisment

ପାଇପଲାଇନ୍‌ ପାଇଁ ଅଧିଗୃହୀତ ଜମିର ଉଚିତ ମୂଲ୍ୟ ଦାବି କରି ଦୀର୍ଘଦିନ ହେଲା ଚାଷୀମାନେ ଆନ୍ଦୋଳନ କରି ଆସୁଛନ୍ତି। ହେଲେ ସେମାନଙ୍କ ଦାବି ପ୍ରତି ବିଚାର ନକରି ପୁଲିସ ଦ୍ୱାରା କମ୍ପାନୀ ଚାଷୀଙ୍କ ଉପରେ ଦମନ ଲୀଳା ଚଳାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କ ସମସ୍ୟାର ସମାଧାନ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଜମିହରା ଚାଷୀ ନେତା ମାନସରଞ୍ଜନ କର ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe