Advertisment

ଶିଳ୍ପସଂସ୍ଥାମାନଙ୍କୁ ଓଏମସି ଜରିଆରେ ଖଣିଜପଦାର୍ଥ ଯୋଗାଣ ନେଇ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଖଣିଜ ପଦାର୍ଥ ଯୋଗାଣ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ବିଭାଗ, ଲିଜଧାରୀ ଓ ଶିଲ୍ପସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ବିଶେଷ ଭାବେ ଶିଳ୍ପ ସଂସ୍ଥାଗୁଡ଼ିକୁ ଲୁହାପଥର ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ସହିତ ଏମଓୟୁ କରିଥିବା ୪୯ଟି ଶିଳ୍ପ ସଂସ୍ଥା ସହିତ ଏମଓୟୁ କରି ନଥିବା ଶିଳ୍ପସଂସ୍ଥାଗୁଡ଼ିକୁ ଲୁହାପଥର ଯୋଗାଇ ଦିଆଯିବା ଉପରେ ଆଲୋଚନା […]

author-image
Rakesh Mallick
ଶିଳ୍ପସଂସ୍ଥାମାନଙ୍କୁ ଓଏମସି ଜରିଆରେ ଖଣିଜପଦାର୍ଥ ଯୋଗାଣ ନେଇ ବୈଠକ

mining

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଖଣିଜ ପଦାର୍ଥ ଯୋଗାଣ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ବିଭାଗ, ଲିଜଧାରୀ ଓ ଶିଲ୍ପସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ବିଶେଷ ଭାବେ ଶିଳ୍ପ ସଂସ୍ଥାଗୁଡ଼ିକୁ ଲୁହାପଥର ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ସହିତ ଏମଓୟୁ କରିଥିବା ୪୯ଟି ଶିଳ୍ପ ସଂସ୍ଥା ସହିତ ଏମଓୟୁ କରି ନଥିବା ଶିଳ୍ପସଂସ୍ଥାଗୁଡ଼ିକୁ ଲୁହାପଥର ଯୋଗାଇ ଦିଆଯିବା ଉପରେ ଆଲୋଚନା ହୋଇଥିଲା।

Advertisment

ଓଏମସି ମାଧ୍ୟମରେ ଶିଳ୍ପସଂସ୍ଥାଗୁଡ଼ିକୁ ଲୁହାପଥର ଯୋଗାଇ ଦେବା ନେଇ ପୂର୍ବରୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଲଙ୍ଗ୍ ଟର୍ମ ଲିଙ୍କେଜ୍ ଜରିଆରେ ଓଏମସି ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକୁ ଲୁହାପଥର ଯୋଗାଇ ଦେବା ନେଇ ହୋଇଥିଲା ନିଷ୍ପତ୍ତି। ତେବେ ଆଜିର ବୈଠକରେ ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକ ଦାବି କରିଥିଲେ ଯେ ବାହାର ଶିଳ୍ପଗୁଡ଼ିକୁ ଯେଉଁ ଦରରେ ଲୁହାପଥର ଯୋଗାଇ ଦିଆଯାଉଛି ତା’ଠାରୁ କମ ଦରରେ ରାଜ୍ୟ ଭିତ୍ତିକ ଶିଳ୍ପଗୁଡ଼ିକୁ ଲୁହାପଥର ଯୋଗାଇ ଦିଆଯାଉ।
ସେହିଭଳି ଅତିରିକ୍ତ ଲିଜ୍ ଡିଡ୍ ନେଇ ରହିଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଯାଇଛି ବୋଲି ବୈଠକ ପରେ ଖଣି ନିର୍ଦେଶକ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଷ୍ଟାମ୍ପ ଡୁ୍ୟଟି ନେଇ ଲିଜଧାରୀମାନଙ୍କ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ରହିଥିଲା ତାହା ଦୂର ହୋଇଯାଇଛି। ଏପରିକି ଆଜି ସୁନ୍ଦରଗଡ଼ରେ ୧୦ ଜଣ ଲିଜଧାରୀ ଅତିରିକ୍ତ ଲିଜ୍ ଡିଡ୍ କରିବେ ବୋଲି ସେ କହିଥିଲେ। ବନ୍ଦ ଥିବା ୨୯ଟି ଖଣି ଖୋଲିବା ନେଇ ରାଜ୍ୟ ସରକାର ନିକଟରେ ଅନୁମତି ଦେଇଥିଲେ।