Advertisment

ଶ୍ରୀମନ୍ଦିର କବାଟରେ ହେବ ରୁପା ଛାଉଣି

ପୁରୀ(ଓଡ଼ିଶା ରିପୋର୍ଟର): ଆହୁରି ବଢ଼ିବ ଶ୍ରୀମନ୍ଦିରର ଶୋଭା। ରୁପାରେ ଝଲସିବ ଶ୍ରୀମନ୍ଦିରର ୩ ମୁଖ୍ୟ ପ୍ରବେଶ ପଥ। କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାର ୩ ଦ୍ୱାରର ୬ଟି କବାଟକୁ ରୁପା ଛାଉଣୀ କରିବାକୁ ଯୋଜନା ଚାଲିଛି। କାଠ କବାଟ ଉପରେ ୧.୬୩ ଇଞ୍ଚର ରୁପା ଚଦର ପଡ଼ିବା ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହେଉଛି। ୩ ଦ୍ୱାର ପାଇଁ ଲାଗିବ ପ୍ରାୟ ୧ ହଜାର ୯୨୦ କିଲୋ ରୁପା। ଜଣେ ବଦାନ୍ୟ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର କବାଟରେ ହେବ ରୁପା ଛାଉଣି

sri mandira puri

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଆହୁରି ବଢ଼ିବ ଶ୍ରୀମନ୍ଦିରର ଶୋଭା। ରୁପାରେ ଝଲସିବ ଶ୍ରୀମନ୍ଦିରର ୩ ମୁଖ୍ୟ ପ୍ରବେଶ ପଥ। କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାର ୩ ଦ୍ୱାରର ୬ଟି କବାଟକୁ ରୁପା ଛାଉଣୀ କରିବାକୁ ଯୋଜନା ଚାଲିଛି। କାଠ କବାଟ ଉପରେ ୧.୬୩ ଇଞ୍ଚର ରୁପା ଚଦର ପଡ଼ିବା ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହେଉଛି। ୩ ଦ୍ୱାର ପାଇଁ ଲାଗିବ ପ୍ରାୟ ୧ ହଜାର ୯୨୦ କିଲୋ ରୁପା। ଜଣେ ବଦାନ୍ୟ ବ୍ୟକ୍ତି ଏଥିପାଇଁ ରୁପା ଦାନ କରିବାକୁ ଅଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

Advertisment

ଏହି ତିନୋଟି ଦ୍ୱାର ବହୁତ ପୁରୁଣା ହୋଇଯାଇଥିବାରୁ ପ୍ରାଥମିକ ଭାବେ ଏହି କବାଟ ଗୁଡ଼ିକର ରୁପା ଛାଉଣୀ କରି ସଂରକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଏହି ସବୁ ଦ୍ୱାର ଗୁଡ଼ିକର କବାଟ ଗୁଡ଼ିକ କାଠ ହୋଇ ଥିବାକୁ ନଷ୍ଟ ହେବାକୁ ବସିଛି। ତେଣୁ ଗତ ସପ୍ତାହରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ପରିଚାଳନା କମିଟି ସଦସ୍ୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe