silver
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର କଳାହାଟ ଦ୍ୱାର ହେବ ରୁପା ଛାଉଁଣି। ଏଥିନିମନ୍ତେ ଆଜି ୫ଶହ କେଜି ରୁପା ଚାଦର କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ। ଏହି ସମୟରେ କଳାହାଟ ଦ୍ୱାର ରୁପା ଛାଉଣି କାମ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।
ସୂଚନା ଥାଉକି, ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାଛାଉଣି କରୁଛି ପ୍ରଶାସନ। ତେଣୁ ଗତବର୍ଷ ନଭେମ୍ବର ୨୬ ତାରିଖରୁ କଳାହାଟ ଦ୍ୱାର ରୁପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୁପା ଚାଦରକୁ ଜିଲ୍ଲା କୋଷାଗାରରୁ ନିଳାଦ୍ରୀ ଭକ୍ତନିବାସକୁ ସିପ୍ଟ କରାଯାଇଛି।
ସୂଚନା ଥାଉକି, ଶ୍ରୀମନ୍ଦିରର ସାତଟି ଦ୍ୱାରର ରୂପାଛାଉଣି କାମ ସରିଛି। ଯାହା ମଧ୍ୟରେ ରହିଛି ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିର। କେବଳ ବାକି ରହିଛି କଳାହାଟ ଦ୍ୱାରର ରୁପାଛାଉଣି କାମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/silver.jpg)