/odisha-reporter/media/media_files/2026/03/02/sim-box-2026-03-02-17-55-07.jpg)
ପୁଣି ରାଜଧାନୀରେ ଠାବ ହେଲା ସିମ୍ ବକ୍ସ (SIM BOX)। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିଲେ ସାଇବର ଠକ । ଖବର ପାଇବା ପରେ ସ୍ପେଶାଲ ସ୍କ୍ବାଡ ପକ୍ଷରୁ କରାଯାଇଥିଲା ଚଢ଼ାଉ । ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ସନ୍ଦିଗ୍ଧ ମେସିନ ଜବତ କରିଛି ପୁଲିସ ।
Advertisment
ରାଜଧାନୀରେ ରହି ବାହାର ଦେଶର ଲୋକଙ୍କୁ ଚୂନ ଲଗାଉଥିଲେ ସାଇବର ଠକ । ସେମାନଙ୍କଠାରୁ ୧୨ଟି ସିମ୍ ବକ୍ସ ଜବତ ହୋଇଛି । ୨ ଜଣଙ୍କୁ ଅଟକ ରଖାଯାଇଛି । ୨ ଅଟକ ଯୁବକଙ୍କ ଘର କେରଳ ବୋଲି ଜଣାପଡିଛି ।
ଭଡ଼ା ଘରେ ଚାଲିଥିଲା ଏହି ରାକେଟ। ଭୁବନେଶ୍ୱରରୁ ଚାଇନାକୁ ଲମ୍ବିଛି ଏହି ଚେର। ଚାଇନାର ହାର୍ଡୱେର ଓ ବାଂଲାଦେଶୀ ଆପ୍ଲିକେସନ ବ୍ୟବହାର ହେଉଥିଲା । ଆସାମର ବେନାମୀ ସିମ୍କୁ ବ୍ୟବହାର କରାଯାଉଥିଲା । ଇଣ୍ଟରନ୍ୟାସନ୍ୟାଲ କଲ୍ ଡାଇଭର୍ଟ କରି ନୂଆ ତାରିକାରେ ସାଇବର ଠକେଇ କରୁଥିଲେ ଏ ଦୁଇ ଅଭିଯୁକ୍ତ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ସୂଚନା ଦେଇଛି କମିଶନରେଟ ପୁଲିସ।
Advertisment
ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱରର ଲକ୍ଷ୍ମୀସାଗରରୁ ଧରାପଡିଥିଲା ସିମ୍ ବକ୍ସ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
