Advertisment

ଭୁବନେଶ୍ୱରରେ ପୁଣି SIM BOX ଜବତ

ପୁଣି ରାଜଧାନୀରେ ଠାବ ହେଲା ସିମ୍ ବକ୍ସ (SIM BOX)। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଆଡ୍ଡା ଜମାଇଥିଲେ ସାଇବର ଠକ । ଖବର ପାଇବା ପରେ ସ୍ପେଶାଲ ସ୍କ୍ବାଡ ପକ୍ଷରୁ କରାଯାଇଥିଲା ଚଢ଼ାଉ । ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ସନ୍ଦିଗ୍ଧ ମେସିନ ଜବତ କରିଛି ପୁଲିସ ।

SIM BOX

ରାଜଧାନୀରେ ରହି ବାହାର ଦେଶର ଲୋକଙ୍କୁ ଚୂନ ଲଗାଉଥିଲେ ସାଇବର ଠକ । ସେମାନଙ୍କଠାରୁ ୧୨ଟି ସିମ୍ ବକ୍ସ ଜବତ ହୋଇଛି । ୨ ଜଣଙ୍କୁ ଅଟକ ରଖାଯାଇଛି । ୨ ଅଟକ ଯୁବକଙ୍କ ଘର କେରଳ ବୋଲି ଜଣାପଡିଛି ।

ଭଡ଼ା ଘରେ ଚାଲିଥିଲା ଏହି ରାକେଟ। ଭୁବନେଶ୍ୱରରୁ ଚାଇନାକୁ ଲମ୍ବିଛି ଏହି ଚେର।  ଚାଇନାର ହାର୍ଡୱେର ଓ ବାଂଲାଦେଶୀ ଆପ୍ଲିକେସନ ବ୍ୟବହାର ହେଉଥିଲା । ଆସାମର ବେନାମୀ ସିମ୍‌କୁ ବ୍ୟବହାର କରାଯାଉଥିଲା । ଇଣ୍ଟରନ୍ୟାସନ୍ୟାଲ କଲ୍‌ ଡାଇଭର୍ଟ କରି ନୂଆ ତାରିକାରେ ସାଇବର ଠକେଇ କରୁଥିଲେ ଏ ଦୁଇ ଅଭିଯୁକ୍ତ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ସୂଚନା ଦେଇଛି କମିଶନରେଟ ପୁଲିସ।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱରର ଲକ୍ଷ୍ମୀସାଗରରୁ ଧରାପଡିଥିଲା ସିମ୍ ବକ୍ସ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe