ପୁଣି ପୋଡ଼ିଗଲା ବିସ୍ଥାପିତଙ୍କ ୨୪ ବଖରା ଘର

ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଏହି କଲୋନୀରେ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ଯାଇଥିଲା। ଏହାସହ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇ ଗୁରୁତର ଆହତ […]

fair

Rakesh Mallick
  • Published: Tuesday, 05 February 2019
  • , Updated: 05 February 2019, 10:56 AM IST

ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଏହି କଲୋନୀରେ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ଯାଇଥିଲା। ଏହାସହ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଅସ୍ପିଟାଲ୍‌ରେ ତାଙ୍କ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂନାଯୋଗ୍ୟ, ୨୦୧୮ ଜୁନ୍‌ରେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆ ରାମଜୋଡିରୁ ୭୧ ପରିବାରକୁ ସ୍ଥାନାନ୍ତର କରି ଏଠାରେ ଥଇଥାନ କରାଯାଇଥିଲା। ଏହି କଲୋନୀରେ ଖଡ଼ିଆ ଏବଂ ମାଙ୍କଡିଆ ଜନଜାତିର ଲୋକେ ବସବାସ କରୁଛନ୍ତି।

Related story